ସମ୍ପାଦକଙ୍କ ମୃତ୍ୟୁ ପରେ ବ୍ୟାଙ୍କରେ ତାଲା;ଏସଡିପିଓ କରିଲେ ତଦନ୍ତ।

0
693

କୁକୁଡାଖଣ୍ଡି(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଲୋଚାପଡା ସମବାୟ ସମିତି ଡିପୋଜିଟ କାଉଣ୍ଟରରେ ଗୁରବାର ଅପରାହ୍ନରେ ନିଆଁ ଲାଗି ସମ୍ପାଦକ ଜଗନ୍ନାଥ ପାତ୍ରଙ୍କ ପୋଡି ମୃତ୍ୟୁ ଘଟଣାର,ବ୍ୟାଙ୍କକୁ ଯାଇ ତଦନ୍ତ କରିଛନ୍ତି ସଦର ଏସଡିପିଓ ଏବଂ ବ୍ରହ୍ମପୁର ବିଦ୍ୟୁତ ବିଭାଗ ଡିଭିଜନ -୧ ଏସଡିଓ ସିଲାଜିତ୍ । ସର୍ଟସର୍କିଟ ନା ଅନ୍ୟ କିଛି କାରଣ ଥାଇପାରେ ତାହାର ତଦନ୍ତ କରିବାକୁ ଏସଡିପିଓଙ୍କୁ ଏସପି ପିନାକ ମିଶ୍ର ନିର୍ଦ୍ଧେଶ ଦେଇଥିଲେ। ବ୍ୟାଙ୍କର ସମସ୍ତ ପାରିପାର୍ଶ୍ଵିକ ସ୍ଥିତି ଅନୁଧ୍ୟାନ କରିଥିଲେ । ମୃତକଙ୍କ ପରିବାର ବର୍ଗ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିବାକୁ ଡକାଯାଇଥିଲା । ଗତକାଲି ଗଣମାଧ୍ୟମ ସାମ୍ନାରେ ଜଗନ୍ନାଥଙ୍କ ମୃତ୍ୟୁକୁ ସନ୍ଦେହ ଜନକ ବୋଲି ପରିବାର ବର୍ଗ କହିଥିଲେ । ଏହାର ସଠିକ ତଦନ୍ତ କରିବାକୁ ଦାବି କରିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଥାନାରେ ଲିଖିତ ଅଭିଯୋଗ କରିନଥିବା ପୋଲିସ ସୂତ୍ରରୁ ପ୍ରକାଶ ପାଇଛି । ପିଏମ୍ ରିପୋର୍ଟ ପରେ ଘଟଣା ଉପରୁ ରହସ୍ୟ ଉଠିବ। ତଦନ୍ତ କରାଯାଇଛି ଏବଂ ବିଦ୍ୟୁତ ବିଭାଗ ଏସଡିଓ ମଧ୍ୟ ତାଙ୍କ ରିପୋର୍ଟ ଦେବେ ବୋଲି ଏସଡିପିଓ ଜୟନ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଘଟଣାପରେ ବ୍ୟାଙ୍କରେ ତାଲା ଝୁଲୁଥିବା ବେଳେ ବ୍ୟାଙ୍କର ସମସ୍ତ ସାମଗ୍ରୀ ପୋଡିଯାଇଛି , କର୍ମଚାରୀମାନେ ମଧ୍ୟ ଭୟଭୀତ ହୋଇଯାଇଛନ୍ତି ଓ ଘଟଣାକୁ ସହଜେ ଗ୍ରହଣ କରିପାରୁନାହାନ୍ତି ।

LEAVE A REPLY

Please enter your comment!
Please enter your name here