ସ୍ୟାଟ୍ ଉଚ୍ଛେଦକୁ ବିରୋଧ କରି ଆଜି ଓଡ଼ିଶାର ଅଧିକାଂଶ ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ

0
679

ବ୍ରହ୍ମପୁର,୦୯/୦୮(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଆଜି ଓଡ଼ିଶା ରେ ସ୍ୟାଟ ଉଚ୍ଛେଦ ପ୍ରତିବାଦରେ ଦିନିକିଆ କାର୍ଯ୍ୟବନ୍ଦ ଡାକରା ଦେଇଛି ସ୍ୟାଟ ବାର୍ ଆସୋସିଏସନ। ସମସ୍ତ ନିମ୍ନ ଅଦାଲତର ଓକିଲମାନେ ଏହି ଦିନିକିଆ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେବେ । ଏଥିରେ ହାଇକୋର୍ଟ ବାର୍ ସହ ଅଧିକାଂଶ ବାର୍ ଆସୋସିଏସନ୍ ସହମତି ପ୍ରକାଶ କରିଥିବା ସ୍ୟାଟ୍ ବାର୍ ସମ୍ପାଦକ ସୂଚନା ଦେଇଛନ୍ତି ।

ଏ ନେଇ ଗଞ୍ଜାମ ଓକିଲ ସଂଘ କାର୍ଯ୍ୟାଳୟରେ ସଂଘ ସଭାପତି ରବୀନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି , ଉପସଭାପତି ଚିତ୍ତରଞ୍ଜନ ଶତପଥୀ, ସମ୍ପାଦକ କୈଳାସ ପାଣିଗ୍ରାହୀ, ସହ ସମ୍ପାଦକ କିରଣ କୁମାର ମଣ୍ଡଳଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ। ସ୍ୟାଟରେ ୭୪ ହଜାରରୁ ଅଧିକ ମାମଲା ଏବେ ବିଚାରାଧୀନ ରହିଥିବା ବେଳେ ସରକାର ଏହାକୁ ଉଚ୍ଛେଦ ପାଇଁ ନେଇଥିବା ନିଷ୍ପତ୍ତିକୁ ବିରୋଧ କରାଯାଇଛି । ସରକାରୀ କର୍ମଚାରୀମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ସରକାର ସ୍ୟାଟର ବ୍ୟବସ୍ଥା କରିଥିବା ବେଳେ ଏବେ ତାହାକୁ ଉଚ୍ଛେଦ କରୁଛନ୍ତି। ହାଇକୋର୍ଟରେ ନ୍ୟାୟ ନ ମିଳିଲେ ସେହି ନିର୍ଦ୍ଦେଶକୁ ଚାଲେଞ୍ଜ କରି ଯଦି କୌଣସି ଲୋକ ସୁପ୍ରିମକୋର୍ଟ ଯିବାକୁ ଚାହାନ୍ତି ତେବେ ତାଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ। ଏଣୁ ଏହାକୁ ଉଚ୍ଛେଦ କରା ନ ଯାଉ ବୋଲି ଦାବି କରାଯାଇଛି।

LEAVE A REPLY

Please enter your comment!
Please enter your name here