ସିଦ୍ଧିବିନାୟକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

0
609

ଦିଗପହଣ୍ଡି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) : ଗଞାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ କୁଶପଡା ଗ୍ରାମ କମାପଡିଆସ୍ଥିତ ଖେଳପଡିଆଠାରେ ଶୁକ୍ରବାର ସିଦ୍ଧିବିନାୟକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ସିଦ୍ଧି ବିନାୟକ କ୍ରିକେଟ ସଂଘ ପକ୍ଷରୁ ଆୟୋଜିତ ଏହି ଟୁର୍ଣାମେଣ୍ଟକୁ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ସେହିପରି ସ୍ଥାନୀୟ ବ୍ଲକ ଉପଧ୍ୟକ୍ଷା ପ୍ରତିନିଧି ଏମ. ନିରଞ୍ଜନ ରେଡ୍ଡୀ , ସରପଞ୍ଚ ପ୍ରତିନିଧି ଏସ. ଗାନ୍ଧୀ ଦୋରା , ଗୋକର୍ଣ୍ଣପୁର ସମବାୟ ସମିତି ସଭାପତି ଅସିତ କୁମାର ସାହୁ , ଜିଲ୍ଲା ପରିଷଦ କୃଷ୍ଣ ଚନ୍ଦ୍ର ସେଠୀ , ବିଜେଡି ଯୁବ ସଭାପତି ଏମ. ବାଲାଜୀ ରେଡ୍ଡୀ , ପ୍ରଶନ୍ନ କୁମାର ପତି , ଜି ସନ୍ତୋଷ ଦୋରା ପ୍ରମୁଖ ସମ୍ମାନୀତ ଅତିଥି ରୁପେ ମଞ୍ଚାସୀନ ହୋଇ ବ୍ଲକର ବିଭିନ୍ନ ଗ୍ରମାରୁ ଆସିଥିବା ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହ ଭାତୃତ୍ବ ମନୋଭାବ ନେଇ ଖେଳିବାକୁ ପରାମର୍ଶ ଦେଇଥିଲେ । ଆଜିକାର ଉଦଘାଟନୀ ମ୍ୟାଚରେ ଦିଗପହଣ୍ଡି ଖେମୁଣ୍ଡି ମହାବିଦ୍ୟାଳୟ ଓ କେଦାରପୁର ଗ୍ରାମ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଟସ ଜିତି କେଦାରପୁରପୁର ଦଳ ବୋଲିଂ ନିଷ୍ପତ୍ତି ନେଇଥିବାବେଳେ ପ୍ରଥମେ ବ୍ୟାଟିଂ କରି ଖେମୁଣ୍ଡି ମହାବିଦ୍ୟାଳୟ ଦଳ ୧୨ ଓଭରରେ ୭ ୱିକେଟ ହରାଇ ୧୨୮ ରନ କରିଥିଲା ଜବାବରେ ବିପକ୍ଷ ଦଳ ୧୧.୧ ଓଭରରେ ସମସ୍ତ ୱିକେଟ ହରାଇ ୮୫ରନ କରି ପରାସ୍ତ ହୋଇଥିଲେ । ଖେମୁଣ୍ଡି ମହାବିଦ୍ୟାଳୟର ବିନୟ ନାୟକଙ୍କୁ ଶ୍ରେଷ୍ଠ ଖେଳାଳୀ ଭାବେ ପୁରଷ୍କୃତ କରାଯାଇଥିଲା । ଅକ୍ଷୟ ସାହୁ , ଲବ ସେଠୀ , ବିକ୍ରମ ମହାରଣା , ଏସ. ରବି ଦୋରା , ଅଶ୍ବିନୀ ସାହୁ ଆୟୋଜିତ କ୍ରୀଡାଉତ୍ସବକୁ ପରିଚାଳନା କରିଥିବାବେଳେ ଧର୍ମେନ୍ଦ୍ର ଦୋରା , ଚିତ୍ରସେନ ଦୋରା , ଅଚ୍ୟୁତ ଗୌଡ , ଆକାଶ ବାଡତ୍ୟାଙ୍କ ସମେତ ସଂଘର ଅନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମରେ ପୁର୍ଣ୍ଣ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here