ଖତ ଖାଉଛି ନଳକୂପ ; ପାଣି ଟୋପାଏ ପାଇଁ ଦୁଇ କି.ମି. ପାହାଡ ଚଢୁଛନ୍ତି “ଗିରା ଗ୍ରାମବାସି”

0
278

ପାରଳାଖେମୁଣ୍ତି : ଗଜପତି ଜିଲ୍ଲା ଗୁମ୍ମା ବ୍ଲକର କୁଜାସିଂ ପଞ୍ଚାୟତ ଅନ୍ତର୍ଗତ ଗିରା ଗ୍ରାମ ର ଲୋକମାନେ ବର୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଏହି ଡୁହୁ ଡୁହୁ ଖରାର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଗ୍ରାମ ର ଜଳସମସ୍ୟା ନିମନ୍ତେ ଜିଲ୍ଲା ପ୍ରଶାସନ ନିକଟରେ ଦାବି ପତ୍ର ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ପ୍ରତ୍ୟେକ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ  ସରକାର ପ୍ରତିଶୃତିବଦ୍ଧ । ଏଭଳି ଘୋଷଣା କରିବା ସହ ରାଜ୍ୟ ସରକାର ବସୁଧା ଯୋଜନା ସାଧାରଣ ଲୋକଙ୍କ ପାଇଁ ଆରମ୍ଭ କରିଛନ୍ତି । ହେଲେ ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ ଏହି ଯୋଜନା ବାଟ ହୁଡୁଥିବା ଭଳି ମନେ ହେଉଛି । ଜିଲ୍ଲାର ଜଳ ଯୋଗାଣ କାର୍ଯ୍ୟାଳୟ ପରିସରରେ ଶହଶହ ନଳକୂପର ଯନ୍ତ୍ରାଂଶ ପଡି ଖତ ଖାଉଥିବା ବେଳେ ଗାଁରେ ଲୋକେ ପାଣି ଟୋପାଏ ପାଇଁ ଡହଳବିକଳ ହେଉଛନ୍ତି । ଏଭଳି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କୁଜାସିଂ ପଞ୍ଚାୟତର ଗିରା ଗ୍ରାମ ରେ । ଏହି ଗ୍ରାମରେ  ୬୦ରୁ ଅଧିକ ପରିବାର ବସବାସ କରୁଥିବା ବେଳେ ଲୋକ ସଂଖ୍ୟା ତିନି ଶହରୁ ଅଧିକ ବସବାସ କରୁଥିବା ବେଳେଏମାନଙ୍କ ପାଇଁ ମାତ୍ର ଗୋଟିଏ ନଳକୂପ ରହିଛି । ସେହିଭଳି ଗ୍ରାଭିଟି ଫ୍ଲୋ ମାଧ୍ୟମରେ ଜଳ ଯୋଗାଣ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ହେଲେ ବର୍ତ୍ତମାନ କେବଳ ପାଣିଟାଙ୍କି ରହିଛି, କିନ୍ତୁ ତାହା ବର୍ତମାନ ସମୟରେ ଲୋକଙ୍କ କାମରେ ଆସୁନାହିଁ । ଅନେକ ସ୍ଥାନରେ ପାଇପ ଫାଟି ଯାଇଥିବାରୁ ଏହି ଅଞ୍ଚଳ ରେ ପାଣି ଆସିବା ସମ୍ଭବପର ହେଉନାହିଁ । ଗ୍ରାମର ଥିବା ଏକମାତ୍ର ନଳକୂପରେ ଦୁଇ ବାଲଟି ପାଣି  ବାହାରିଲ ବଡ କଷ୍ଟକର, ତାହା ମଧ୍ୟ କଳଙ୍କି ପାଣି । ଯାହା ବ୍ୟବହାର ଉପଯୋଗୀ ନୁହେଁ ।
ତେଣୁ, ଏଠାକାର ଲୋକେ ପାଣି ଟୋପାଏ ପାଇଁ ପ୍ରତିଦିନ ଦୁଇ କିଲୋମିଟର ପାହାଡ ଚଢି ଯିବା ପରେ ବହିଯାଉଥିବା ଝରଣା ପାଣିକୁ କଦଳୀ ପଟ ସହାୟତାରେ ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here