୭୦.୪ କିଲୋଗ୍ରାମ ଗଂଜେଇ ଜବତ ; ୪ ଗିରଫ

0
649

ଖଲିକୋଟ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଳାଙ୍ଗେ ଓ ଅବକାରୀ ଅଧିକ୍ଷକ ଗଂଜାମ ଶ୍ରୀ ରାଜେନ୍ଦ୍ର କୁମାର ଭୋତ୍ରାଙ୍କ ନିର୍ଦ୍ଧେଶ କ୍ରମେ ଆଜି ଗଞ୍ଜାମ ଜିଲ୍ଲା ଖଲିକୋଟର ବିଭିନ୍ନ ଅଂଚଳରେ ଚଢ଼ାଉ କରି ୪ଗୋଟି ଗଂଜେଇ ( ଏନ୍ ଡି ପି ଏସ୍ ) କେଶ ରୁଜୁ କରାଯାଇଛି । ଏ ଚଢ଼ାଉରେ ଛତ୍ରପୁର ସଦର ଅବକାରୀ ନିରିକ୍ଷୀକା ଦୀପ୍ତିମୟୀ ସାହୁ ,ଜିଲ୍ଲା ଭ୍ରାମ୍ୟମାଣ ଛତ୍ରପୁର ନିରିକ୍ଷୀକା ପ୍ରୀତିଧାରା ନାୟକ ,ଖଲିକୋଟ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଉମାକାନ୍ତ ସ୍ୱାଇଁ ଓ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଭାରପ୍ରାପ୍ତ ଅଧିକାରୀ ଦୁର୍ଯ୍ୟୋଧନ ଦିଗଲ ପ୍ରମୂଖ ସାମିଲ୍ ଥିଲେ । ଖଲିକୋଟର କଞ୍ଚଣା ଛକ,ଖଲିକୋଟ ବସ ଷ୍ଟାଣ୍ଡ ,ହରିଡ଼ାମୂଳ ଛକ ଓ କେଶପୁର ଛକ ରୁ ୪ଜଣଙ୍କୁ ଚୋରା ଗଂଜେଇ ଚାଲାଣ କରୁଥିବା ସମୟରେ ୭୦.୪ କିଲୋଗ୍ରାମ ଗଂଜେଇ ଜବତ କରିବା ସହ ଏହି କେଶ ରେ ପଶ୍ଚିମବଙ୍ଗ ରାଜ୍ୟର ଏମ୍ ଡି .ଇମ୍ରାନ ଓ ଏମ୍ ଡି . ଇଶାନ ଙ୍କୁ ଗିରଫ କରିବା ସହ କୋଦଳା ର ସାତନାଳ ଗ୍ରାମର ସନ୍ତୋଷ କୁମାର ସାହୁ ଓ ବୁଗୁଡ଼ା ଅଂଚଳର ଦୁର୍ଗା ସାହୁ ଙ୍କୁ ଗିରଫ କରାଯାଇ ମାନ୍ୟବର ଅଦାଲତ ଙ୍କ ନିକଟରେ ହାଜିର କରାଯାଇ କୋର୍ଟଙ୍କ ନିର୍ଦ୍ଧେଶ କ୍ରମେ ଜେଲରେ ଭର୍ତି କରାଯାଇଛି। ବର୍ତ୍ତମାନ ଗଂଜେଇ ଚାଲାଣ ର ଋତୁ ଚାଲିଥିବାରୁ ଗଂଜେଇ ଚଢାଉ ବା ଏନ୍ ଡି ପି ଏସ୍ କେଶ ଧରିବା ପାଇଁ ଜିଲ୍ଲା ଅବକାରୀ ଅଧିକ୍ଷକ ଓ ଜିଲ୍ଲାପାଳ ଙ୍କ ଦ୍ଵାରା ଗୁରୁତ୍ଵ ଦିଆଯାଉଛି ।

LEAVE A REPLY

Please enter your comment!
Please enter your name here