ବିଲରୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର

0
649

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା /ପ୍ରଣୟ ପଣ୍ଡା): ଗଞ୍ଜାମ ଜିଲ୍ଲା କବିସୂର୍ୟ୍ଯନଗର ଥାନା ଅନ୍ତର୍ଗତ ସୁନାପଲ୍ଲି ଗ୍ରାମରେ ଜଣେ ଅଜଣା ଯୁବକ ଙ୍କୁ ହତ୍ୟା ପରେ ପ୍ରମାଣ ନଷ୍ଟ କରିବା ଲାଗି ପାଳରେ ନିଆଁ ଲଗାଇ ପୋଡି ଦେଇଥିବା ଅଭିଯୋଗ ହୋଇଛି । ମୃତକଙ୍କ ମୁଣ୍ଡରେ ଗଭୀର ଆଘାତ ଚିହ୍ନ ଥିବା ବେଳେ କେହି ତାଙ୍କୁ ହତ୍ୟା କରି କରିବା ପରେ ଏଭଳି କାଣ୍ଡ ବିହାଇଥିବି ଅନୁମାନ କରାଯାଉଛି । ଆଜି ସକାଳୁ ସକାଳୁ ସ୍ଥାନୀୟ ଗ୍ରାମ ବାସି ଅର୍ଦ୍ଧ ଦଗ୍ଧ ସବକୁ ଦେଖି ପୋଲିସ କୁ ଖବର ଦେଇଥିଲେ।ଖବର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତ ଦେହ ଉଦ୍ଧାର କରି ପଞ୍ଚମ ନାମା ନିମନ୍ତେ ପଠାଇଛି । ବର୍ତ୍ତମାନ ସୁଦ୍ଧା ମୃତ କ ଙ୍କ ପରିଚୟ ମିଳିନଥିବା ବେଳେ କିଏ ଓ କାହିଁକି ଏଭଳି ବିଭତ୍ସ ହତ୍ୟା କଲା ତାର ଖିଅ ଖୋଜୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here