ଚୋରି ଅଭିଯୋଗରେ ଗୁଇ ଗିରଫ, ଚୋରି ମୋବାଇଲ ଜବତ

0
228

ପୋଲସରା: ପୋଲସରା ସହରର ମେଡିକାଲ ଛକ ନିକଟରେ ଥିବା ଏକ ମୋବାଇଲ ଦୋକାନରୁ ଚୋରି ଘଟଣାରେ ଦୁଇଜଣ ଅଭିଯୁକ୍ତ ଙ୍କୁ ପୋଲସରା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସେମାନଙ୍କ ନିକଟରୁ ଚୋରି ହୋଇଥିବା ଚାରି ଗୋଟି ମୋବାଇଲ ଜବତ ହୋଇଛି । ପୋଲସରା ପୋଲିସ ଥାନା ଏସ୍ଆଇ ଜୟ ପ୍ରକାଶ ପଟ୍ଟନାୟକଙ୍କ ସୂଚନା ପ୍ରକାରେ ଗତ ୨୫ ତାରିଖ ଦିନ ଚନ୍ଦନ ପ୍ରଧାନଙ୍କ ଦୋକାନର ତାଲା ଭଙ୍ଗା ଯାଇ ମୋବାଇଲ ଲୁଟ୍ ହୋଇଥିବା ଦେଖିବାକୁ ପାଇଥିଲେ । ଶ୍ରୀ ପ୍ରଧାନ ପୋଲସରା ପୋଲିସ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ । ଚନ୍ଦନଙ୍କ ଅଭିଯୋଗ କ୍ରମେ ପୋଲସରା ପୋଲିସ ଥାନା କେଶ ନଂ ୧୬୭/୨୩ ପ୍ରକାରେ ଏକ ମାମଲା ରୁଜ୍ଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା । ପୋଲସରା ପୋଲିସ ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକଙ୍କ ନିର୍ଦ୍ଦେଶରେ ସହରର ସବୁ ସିସି କ୍ୟାମେରା ଫୁଟେଜ ଯାଞ୍ଚ କରାଯାଇଥିଲା । ସିସି କ୍ୟାମେରା ଫୁଟେଜ ଆଧାରରେ ଆଜି ସକାଳ ସମୟରେ ପୋଲସରା ମଠସାହିର ଶଙ୍କର ସାହୁ ଓ ରାଣିପଡାର ସମୀର ରାଉତକୁ ଗିରଫ କରାଯାଇଥିଲା । ଉଭୟ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଉଦ୍ଧାର ହୋଇଥିବା ଚାରୋଟି ମୋବାଇଲ ଫୋନକୁ ସଂପୃକ୍ତ ଦୋକାନୀ ଚନ୍ଦନ ପ୍ରଧାନକୁ ହସ୍ତାନ୍ତର କରାଯାଇଥିବା ନେଇ ଏସ୍ଆଇ ଜୟ ପ୍ରକାଶ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here