ବାଇକ୍ ଦୁର୍ଘଟଣାରେ, ୩ ଗୁରୁତର

0
620

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) : ଆଜି ସନ୍ଧ୍ୟା ୭ ଟା ସମୟରେ ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଶାଳବଣ ଠାରୁ ଷଣ୍ଢମୂଳ ରାସ୍ତାର ମଧ୍ୟ ଭାଗରେ ଏକ ବାଇକ୍ ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି l ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ଏକ ବାଇକ୍ ରେ ହଂସତୁଳି ଗ୍ରାମର ଆଲୋକ ଜେନା (୨୨) ଓ ଜାଗର ବିଶୋଇ( ୨୧) ଓ ଟୁକୁନା ସ୍ଵାଇଁ ଦ୍ରୁତ ଗତିରେ ଶାଳବଣ ଆଡୁ ଆସିବା ବେଳେ ଉକ୍ତ ରାସ୍ତାର ଏକ ଦୋକାନ ଆଗରେ ଷଣ୍ଢମୂଳ ଗ୍ରାମର ସନ୍ତୋଷ ମୁଦ୍ରା (୩୫) ଠିଆ ହୋଇଥିବା ସମୟରେ ତାଙ୍କୁ ଖୁବ୍ ଜୋରରେ ଧକ୍କା ଦେବା ଫଳରେ ସନ୍ତୋଷ ଙ୍କ ଅଣ୍ଟାରେ ଓ ମୁଣ୍ଡରେ ଗୁରୁତର ଆଘାତ ଲାଗିବl ସହ ବାଇକ୍ ରେ ଥିବା ୩ ଜଣଙ୍କ ମଧ୍ୟରୁ ଆଲୋକ ଓ ଜାଗର ଗୁରୁତର ଆହତ ହୋଇଛନ୍ତି l ବାଇକ୍ ଟି ମଧ୍ୟ ଭାଙ୍ଗି ଯାଇଛି l ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ରlହାଡା ମେଡିକାଲ କୁ ନେଇ ଚିକିତ୍ସା କରିବା ପରେ ଗୁରୁତର ସନ୍ତୋଷଙ୍କୁ ବ୍ରହ୍ମପୁର କୁ ସ୍ଥାନାନ୍ତର କରାଯାଇଛି l ଏହା ସହ ଜାଗର ବିଶୋଇ ଙ୍କୁ ମଧ୍ୟ ବ୍ରହ୍ମପୁର ଡାକ୍ତରଖାନା କୁ ସ୍ଥାନାନ୍ତର କରାଯିବ ବୋଲି ଡା. ମନୋଦର୍ଶିନି ସେନାପତି ପ୍ରକାଶ କରିଛନ୍ତି l

LEAVE A REPLY

Please enter your comment!
Please enter your name here