ଅବକାରୀ ଧରପଗଡ଼,ପୋଚ ନଷ୍ଟ ରନ୍ଧା ଦେଶୀ ମଦ ଜବତ

0
518

ଦିଗପହଣ୍ଡି(ନ୍ୟୁଜଏକ୍ସଟ୍ରା ବ୍ୟୁରୋ)ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ସୁପରିଟେଣ୍ଡଣ୍ଟଙ୍କ ତତ୍ତ୍ୱାବଧାନରେ ଦିଗପହଣ୍ଡି ଅବକାରୀ ବିଭାଗ ଉପନିରୀକ୍ଷକ ଅଭିରାମ ସାହୁଙ୍କ ନେତୃତ୍ୱରେ ସଦଳେବଳେ ଗୁରୁବାର ଅପରାହ୍ନରେ ବେଆଇନ ଭାବେ ଦେଶୀ ମଦ ରନ୍ଧା ଯାଉଥିବା ଖବର ପାଇ ଅତର୍କିତ ଚଢ଼ାଉ କରାଯାଇଥିଲା। ପାଟପୁର ଥାନା ଅଞ୍ଚଳ ବିଛାପାଟ ଏବଂ ଜୁଆଣପଲ୍ଲୀ ଗ୍ରାମରେ ଚଢାଉ କରାଯାଇଥିଲା। ୩୪୦ କେଜି ଗୁଡ଼ ମହୁଲ ମିଶ୍ରିତ ପୋଚ ଓ ୩୨ ଲିଟର ରନ୍ଧା ଦେଶୀ ମଦ ଜବତ କରାଯାଇଥିଲା। ଏନେଇ କାହାକୁ ଗିରଫ କରାଯାଇନଥିବା ବେଳେ ଏକ ମାମଲା ରୁଜୁ କରଯାଇ ତଦନ୍ତ ଚାଲିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here