ଛତ୍ରପୁର ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

0
230

ଛତ୍ରପୁର : ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଉପସ୍ଥିତ ରହି ସର୍ବ ପ୍ରଥମେ ଦିବ୍ୟାଙ୍ଗ ଜନ ଶୁଣାଣୀ କରିଥିଲେ ଏବଂ ପରେ ସର୍ବ ସାଧାରଣଙ୍କ ଅଭିଯୋଗ ଗୁଡିକର ଶୁଣାଣୀ ହୋଇଥିଲା । ଏହି ଯୁଗ୍ମ ଶୁଣାଣୀ ସମୟରେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାୟ ଜନ ସାଧାରଣଙ୍କ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ । ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ସମୁଦାୟ ୨୦ ଗୋଟି ଅଭିଯୋଗରୁ ୧୨ ଗୋଟି ପେନସନ୍ ସମ୍ବନ୍ଧୀୟ, ୨ଗୋଟି ପ୍ରମାଣ ପତ୍ର ସମ୍ବନ୍ଧୀୟ, ଗୋଟିଏ ଜୀବନଜୀବୀକା, ୩ ଗୋଟି ଡି.ଆର୍.ଆଇ. ଲୋନ୍ , ଶିକ୍ଷା ସମ୍ବନ୍ଧୀୟ ଗୋଟିଏ, ସୁଷମ ବଣ୍ଟନ ନିମନ୍ତେ ୩ ଗୋଟି ଆବେଦନ, ଉପକରଣ ବାବଦରେ ୨ ଜଣ ହିତାଧିକାରୀଙ୍କୁ ତିନି ଚକିଆ ସାଇକେଲ ଆବଣ୍ଟନ ହୋଇଛି । ଅନ୍ୟାନ୍ୟ ୩ ଗୋଟି ଆବେଦନ ଗ୍ରହଣ କରାଯାଇଥିଲା । ଆବେଦନ ଶୁଣାଣୀ ବୈଠକରେ ୩ ଗୋଟି ସମସ୍ୟାର ସମାଧାନ ସେହିଠାରେ ହିଁ ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ବାରା କରାଯାଇଥିଲା ବଳକା ୧୭ ଗୋଟି ଆବେଦନ ଶୁଣାଣୀ ନିମନ୍ତେ ନିର୍ଦ୍ଧାରୀତ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।
ଜିଲ୍ଲାର ବ୍ଲକ୍, ଉପଖଣ୍ଡ ଏବଂ ସଦର ମହକୁମା ଗୁଡିକରେ ସମୁଦାୟ ୫୮ ଗୋଟି ଜନ ଶୁଣାଣୀ ଆବେଦନ ଗ୍ରହଣ କରାଯାଇଥିଲା । ତନ୍ମଧ୍ୟରୁ ୨୭ ଗୋଟି ପେନସନ୍ ସମ୍ବନ୍ଧୀୟ, ୨ ଗୋଟି ପ୍ରମାଣ ପତ୍ର ଜନିତ, ୨ ଗୋଟି ଜୀବନ ଜୀବୀକା ସମ୍ବନ୍ଧୀୟ, ୪ ଗୋଟି ଡି.ଆର୍.ଆଇ. ଋଣ ସମ୍ପର୍କିତ, ଏକ ଗୋଟି ଶିକ୍ଷା ସମ୍ବନ୍ଧୀୟ, ୫ ଗୋଟି ସୁଷମ ବଣ୍ଟନ ସମସ୍ୟା, ୧୭ ଗୋଟି ଉପକରଣ ସହାୟତା ସମ୍ପର୍କିତ ଆବେଦନ ଗ୍ରହଣ କରାଯାଇଥିବା ବେଳେ ତନ୍ମଧ୍ୟରୁ ୧୧ ଜଣଙ୍କୁ ଉପକରଣ ଆବଣ୍ଟନ ହୋଇଛି । , ଜଣେ ବ୍ୟକ୍ତିଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଇଥିବା ବେଳେ ଅନ୍ୟାନ୍ୟ ସମ୍ପର୍କିତ ୬ ଗୋଟି ସମସ୍ୟାର ଶୁଣାଣୀ ହୋଇଥିଲା । ଏହିଭଳି ସମୁଦାୟ ୧୬ ଗୋଟି ସମସ୍ୟାର ସମାଧାନ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣୀ ହୋଇଯାଇଛି ଏବଂ ବଳକା ୩୬ ଗୋଟି ଆବେଦନର ଗୁଡିକ ନିର୍ଦ୍ଧାରୀତ ସମୟସୀମା ମଧ୍ୟରେ ଫୈସଲା କରିବା ପାଇଁ ସଂପୃକ୍ତ ଅଧିକାରୀ ମାନଙ୍କୁ ପ୍ରେରଣ କରାଯାଇଛି ।

ଜିଲ୍ଲାସ୍ତରୀୟ ଏହି ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଭି. କୀର୍ତ୍ତିଓ୍ବାସନ୍ , ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ଜିଲ୍ଲା ସହର ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ପରୀକ୍ଷିତ ଦାସ, ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣୀ ଦାସ ଓ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here