ସର୍ଟସର୍କିଟ ଯୋଗୁଁ ସମବାୟ ବ୍ୟାଙ୍କର ସମ୍ପାଦକ ମୃତ

0
692

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା /ପ୍ରଣୟ ପଣ୍ଡା) : ଆଜି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ସଦର ଥାନା ଅନ୍ତର୍ଗତ ଲୋଚାପଡ଼ା ସେବା ସମବାୟ ସମିତି ସମ୍ପାଦକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ କାର୍ଯ୍ୟାଳୟ ଭିତରୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ମୃତ ସମ୍ପାଦକଙ୍କ ନାମ ଜଗନ୍ନାଥ ପାତ୍ର (୩୫) ବୋଲି ଜଣାପଡ଼ିଛି । ଆଜି ବ୍ୟାଙ୍କ ତଥା ଡିପୋଜିଟ କାଉଣ୍ଟରରେ ଅଗ୍ନିକାଣ୍ଡ ଘଟି ସମ୍ପାଦକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ଅପରାହ୍ନରେ ସମ୍ପାଦକ ନିଜର ସହଯୋଗୀଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ଯିବାକୁ କହି ନିଜେ ଏକାକୀ କାର୍ଯ୍ୟାଳୟରେ କାମ କରୁଥିଲେ । କର୍ମଚାରୀ କାର୍ଯ୍ୟାଳୟରୁ ଯିବା ପରେ ନିଆଁ ଲାଗିଥିଲା ଓ ଫେରିବା ବେଳକୁ କାର୍ଯ୍ୟାଳୟରେ ନିଆଁ ଜଳୁଥିବା ପ୍ରଥମେ ସେ ଦେଖିଥିଲେ। ସେ ଦମକଳ ବାହିନୀ ଓ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ସଦର ଥାନା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିଥିଲେ ।ଦମକଳ ବାହିନୀ ପହଞ୍ଚିବା ବେଳକୁ ଜଗନ୍ନାଥ ପାତ୍ରଙ୍କର ମୃତ୍ୟୁ ହୋଇ ସାରିଥିଲା ଏବଂ ପୋଲିସ ତଦନ୍ତ ଚଳାଇଛି । ପ୍ରାଥମିକ ତଦନ୍ତରୁ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here