ପଞ୍ଚମ ଦିନରେ ୩୧ ତମ ସଡ଼କ ସୁରକ୍ଷା ସପ୍ତାହ

0
585

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା /ପ୍ରଣୟ ପଣ୍ଡା): ସଡକ ଦୁର୍ଘଟଣାକୁ ଏଡାଇବା ସହ ନିରାପଦ ଯାତ୍ରା ପାଇଁ ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟ ନେଇ ବ୍ରହ୍ମପୁର ପୋଲିସ , ପ୍ରଶାସନ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଛି । ପ୍ରତିବର୍ଷ ଜାନୁଆରୀ ମାସ ୧୧ ତାରିଖରୁ ୧୭ ତାରିଖ ୭ ଦିନ ବ୍ୟାପୀ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ହୋଇଆସୁଛି । ଏହି ପରିପ୍ରେକ୍ଷୀରେ ପଞ୍ଚମ ଦିନ ଅବସରରେ ଗୋପାଳପୁରସ୍ଥିତ ଷଣ୍ଢ ଛକ ଠାରେ ଗୋପାଳପୁର ପୋଲିସ ଓ ବ୍ରହ୍ମପୁର ଟ୍ରାଫିକ ପୋଲିସ ପକ୍ଷରୁ ମିଳିତ ଭାବେ ଜନସଚେତନତା କରାଯାଇଥିଲା । ସଚେତନ କରାଇବା ସହ ସଡକ ସୁରକ୍ଷା ନିୟମ ପାଳନ କରୁଥିବା ଜନସାଧାରଣଙ୍କୁ ଗୋଲାପ ଫୁଲ ଓ ଚକଲେଟ ପ୍ରଦାନ କରି ସ୍ବାଗତ ଜଣାଇଥିଲେ । ଲୋକମାନେ ସୁରକ୍ଷିତ ରହିପାରିବେ ସେନେଇ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ପ୍ରତିବର୍ଷ ସଡକ ସୁରକ୍ଷା ସପ୍ତାହ ପାଳିତ ହେଉଥିବାବେଳେ ଚଳିତ ବର୍ଷ ଏହାର ବିଷୟ ରହିଛି ସୁରକ୍ଷିତ ରୁହନ୍ତୁ – ସୁଖୀ ରୁହନ୍ତୁ ।

LEAVE A REPLY

Please enter your comment!
Please enter your name here