ଡ଼ି.ଏଲ.ଏସ.ଏ ର ହସ୍ତକ୍ଷେପ ପରେ ଘରୋଇ ହିଂସା ପୀଡିତା ବୃଦ୍ଧାଙ୍କୁ ମିଳିଲା ଥଇଥାନ

0
622

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା / ରଶ୍ମିତା ପାଣିଗ୍ରାହୀ) :ଆଜି ବିଭିନ୍ନ ଗଣ ମାଧ୍ୟମରୁ ପ୍ରକାଶିତ ଖବର ଯଥା ପୁଅ ଝିଅ ଠାରୁ ତଡା ଖାଇ ପର ଘରେ ଆଶ୍ରିତ ୮୦ବର୍ଷର ବୃଦ୍ଧାଙ୍କୁ ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ବ୍ରହ୍ମପୁର ସ୍ଥିତ ସିଦ୍ଧାର୍ଥ ନଗର ସୁଧାର ଗୃହରେ ଥଇଥାନ କରାଯାଇଅଛି | ସୁଚନା ଅନୁଯାୟୀ , ବ୍ରହ୍ମପୁର ସହରର ଜଣେ ୮୦ ବର୍ଷୀୟ ବୃଦ୍ଧାଙ୍କୁ ତାଙ୍କ ପୁଅ ଝିଅମାନେ ଘରୁ ତଡିଦେବା ପରେ ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଉକ୍ତ ମହିଳାଙ୍କୁ ଉଦ୍ଧାର କରି ସ୍ଥାନୀୟ ସିଦ୍ଧାର୍ଥ ନଗର ସୁଦ୍ଧାର ଗୃହରେ ରଖିଛନ୍ତି । ବୃଦ୍ଧା ମହିଳା ଜଣଙ୍କ ନିଜ ପୁଅଙ୍କ ସହ ରହୁଥିବାବେଳେ ବର୍ତ୍ତମାନ ତାଙ୍କ ପୁଅ ତାଙ୍କୁ ଘରୁ ବାହାର କରିଦେଇଥିଲେ । ଏହାପରେ ସେ ନିଜର ଏକମାତ୍ର ଝିଅ ନିକଟକୁ ସାହାର୍ଯ୍ୟ ପାଇଁ ଯାଇଥିଲେ ମଧ୍ୟ ସେଠାରୁ ନିରାଶ ହୋଇ ଫେରିଥିଲେ । ଏହି ଘଟଣା ଜଣେ ଆଇନଜୀବିଙ୍କ ଜରିଆରେ ଡି.ଏଲ.ଏସର ସଚିବଙ୍କୁ ଜଣାଇଥିଲେ । ଏହା ସହ ମହିଳାଙ୍କୁ ମାଗଣା ଆଇନ ସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here