ଚଢ଼ା ଦରରେ ସାର ବିକ୍ରି : ସାର ମାଫିଆ ମାଲେମାଲ

0
411

ଡାବୁଗାଁ( ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ (ଖାତିଗୁଡା) ଅଂଚଳରେ ସାର ଅଭାବରୁ ଚିନ୍ତାରେ ଚାଷୀ ।ଫାଇଦା ନେଉଛନ୍ତି ଅସାଧୁ ବ୍ୟବସାୟୀ ।ସାର ନମିଳିବା କାରଣରୁ ବ୍ୟବସାୟୀ ମନେ ଚଢ଼ା ଦରରେ ସାର ବିକ୍ରି କରୁଛନ୍ତି ଯାହା ଫଳରେ ଚାଷୀ ହନ୍ତସନ୍ତ ହେଉଛନ୍ତି ।ଫଟାଗୁଡା ଜୟଗୁରୁ ମନ୍ଦିର ନିଜଟସ୍ଥ ଏକ ମିଲ ଚଢ଼ା ଦରରେ ସାର ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି ଅଂଚଳର କିଛି ଚାଷୀ। ସାର କିଣିବାକୁ ଗଲେ ଏକ ନିର୍ଦିଷ୍ଟ ଭିଟାମିନ ଯୁକ୍ତ ଔଷଧ ନେଲେ ହିଁ ଡି ଏପି ଆଦି ସାର ଦେଉଥିବା ଅଭିଯୋଗ ହେଉଛି।।ବ୍ଲକ ରେ ଡି ଏ ପି ର ଘୋର ଅଭାବ ରହିଥିବାବେଳେ ଏହାର କଳା ବଜାରୀ କରୁଛନ୍ତି କିଛି ଅସାଧୁ ବ୍ୟବସାୟୀ ।ଫଳରେ ବ୍ୟବସାୟୀ ମଲେମାଲ ହେଉଥିବା ବେଳେ ଗରିବ ଚାଷୀ ଚିନ୍ତା ପ୍ରକାଶ କରୁଛନ୍ତି।ଚାଷୀ ସାର କ୍ରୟ କରୁଥିବା ବେଳେ ଫିଙ୍ଗର ପ୍ରିଣ୍ଟ ନେବା ସହ ନାମ ଲେଖୁଛନ୍ତି କିନ୍ତୁ ଦର ଲେଖୁନଥିବା ଅଭିଯୋଗ ହେଉଛି।ପରେ ବ୍ୟବସାୟ ନିଜେ ଖାତା ରେ ଦର ଲେଖୁଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।ଏନେଇ ଅତିରିକ୍ତ କୃଷି ଅଧିକାରୀ ଙ୍କୁ ପଚାରିବାରୁ ଡିଏପି ର ଅଭାବ ରହିଛି ।ଯାହାଫଳରେ ଏହିଭଳି ଅସୁବିଧା ଦେଖାଦେଉଛି ।ବ୍ୟବସାୟୀ ମାନଙ୍କୁ ତାଗିଦ କରାଯାଉଛି।ଯଦି କେହି ଚଢାଦର ରେ ବିକ୍ରି କରିବେ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।୧୨ ଶହ ଟଙ୍କା ର ଡ଼ି ଏ ପି କୁ ୧୭୦୦ ରୁ ୧୮୦୦ ଟଙ୍କା ରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି।ବ୍ୟବସାୟୀ ମାନେ ସାର ଗଛିତ ନରଖିବା ନିୟମ ଥିବା ବେଳେ କେତେ ପରିମାଣ ର ସାର ରଖୁଛନ୍ତି ତାହାର ପ୍ରକୃତ ପରିମାଣ କାହାକୁ ଜଣାପଡୁନାହିଁ ପଞ୍ଜିକୃତ ବିକ୍ରେତା ଷ୍ଟକ ତାଲିକା ଦୋକାନ ସମ୍ମୁଖରେ ଟାଙ୍ଗିବା ନିୟମ ରହୁଥିବା ବେଳେ କେହି ମାନୁ ନାଂହାନ୍ତି।
ଉକ୍ତ ମିଲର ଚାଷୀ ଙ୍କୁ ସାର ବିକ୍ରି ସମୟରେ ଚାଷୀ ଙ୍କ ଫୋନ ନ ପରିବର୍ତ୍ତେ ନିଜ ଫୋନ ନମ୍ବର ଦେଉଛନ୍ତି।ଏଥିସହ ସେ ତାଙ୍କ ରେକର୍ଡ ସମ୍ପୂର୍ଣ ନଲେଖି ଚାଷୀ ଙ୍କ ଦସ୍ଥଖତ ତଥା ଟିପ ନେଉଛନ୍ତି ।ପରେ ରେକର୍ଡ ରେ ଭୁଲ ତଥ୍ୟ ଦେଇ କଲବଜାରୀ କରୁଥିବା ଅଭିଯୋଗ ହେଉଛି।ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଅଂଚଳର ଚାଷୀ ।ଏମିତି କି ସାର ପାଇଁ ଆସିଥିବା ଚାଷୀ ଙ୍କ ଆଧାର କାର୍ଡ ରେ ତାଙ୍କୁ ଆବଶ୍ୟକ ଥିବା ସାର ଠାରୁ ଢେର ଅଧିକ ସାର କ୍ରୟ କରାଯାଇ ବଳକା ସାର କୁ ଚଢ଼ା ଦର ରେ ବିକୁଛନ୍ତି ବ୍ୟବସାୟୀ।ଏହିଭଳି ଭାବରେ ଯେନତେନ ପ୍ରକାର କୌଶଳ ପ୍ରୟୋଗ କରି ଚାଷୀ ଙ୍କୁ ଲୁଟୁଛନ୍ତି ସାର ବ୍ୟବସାୟୀ।

ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here