କ୍ରୀଡା ମନ୍ତ୍ରୀଙ୍କ ଦ୍ୱାରା ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ

0
407

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସିଥିବା ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା ଆଜି କୋଷାଗୁମୁଡା ବ୍ଲକ ଗସ୍ତରେ ଆସି ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିବା ଜଣାପଡିଛି । ଆଜି ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ମାଝୀଧନୁଆ ପଞ୍ଚାୟତ ଆଦର୍ଶ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମନ୍ତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ବ୍ଲକ ବିଜେଡି ଦଳ ପକ୍ଷରୁ କରାଯାଇଥିଲା । ତାପରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ରେ ଯୋଗଦେଇ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଭତ୍ତା ପ୍ରଦାନ କରିଥିଲେ । ମଧୁବାବୁ ବର୍ଧ୍ୟକ୍ୟ ଭତ୍ତା ରେ ୨୩ ଜଣ , ମଧୁବାବୁ ବିଧବା ଭତ୍ତା ରେ ୯ ଜଣ , ଇନ୍ଦିରାଗାନ୍ଧୀ ବର୍ଧ୍ୟକ୍ୟ ଭତ୍ତା ରେ ୧୩ ଜଣ ଓ ଇନ୍ଦିରାଗାନ୍ଧୀ ବିଧବା ଭତ୍ତା ରେ ୩ ଜଣଙ୍କୁ ପ୍ରଦାନ କରଯାଇଥିଲା । ସର୍ବମୋଟ ୪୮ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ , ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ , କୋଷାଗୁମୁଡା ବ୍ଲକ ବିଜେଡି ସଭାପତି ପ୍ରଶାନ୍ତ ବକ୍ସି , ନବରଙ୍ଗପୁର ଜିଲ୍ଲା ଯୁବ ବିଜେଡି ଉପସଭାପତି ସଞ୍ଜୟ କୁମାର ପଟ୍ଟନାୟକ , ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ , ବରିଷ୍ଠ ବିଜେଡି ନେତା ବଦ୍ରୀ ନାରାୟଣ ସିଂ , ଯୋଗେନ୍ଦ୍ର ସ୍ୱାଇଁ , ଗୁପ୍ତ ପ୍ରସାଦ ପଟନାୟକ , ସ୍ଥାନୀୟ ସରପଞ୍ଚ କୁନ୍ଦନ ଭତରା ଙ୍କ ସହ ବ୍ଲକ ର ବହୁ ବିଜେଡି ନେତା, କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ସନ୍ତୋଷପୁର ଗ୍ରାମଠାରେ ଏକ କର୍ମୀ ସମ୍ମିଳନୀରେ ରେ ଯୋଗଦେଇ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here