ପ୍ଲାଷ୍ଟିକ୍ ମୁକ୍ତ ପରିବେଶରେ ପାଳନ ହେବ ୭୧ତମ ଜନରାଜ୍ୟ ଦିବସ

0
658

ଦିଗପହଣ୍ଡି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ନିକଟସ୍ଥ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ମଙ୍ଗଳବାର ଅପରାହ୍ନରେ ୭୧ତମ ଜନରାଜ୍ୟ ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ସିଆରସିସି ଉପେନ୍ଦ୍ର କୁମାର ପଣ୍ଡା, ବଡଖେମୁଣ୍ଡି ହାଇସ୍କୁଲ ଏନସିସି ଅଫିସର୍ ଏମ୍.ଗୌରାଙ୍ଗ, ବିଜୁ ଯୁବ ବାହିନୀ ୟୁଏଲବି କୋଡିନେଟର୍ ସନ୍ତୋଷ କୁମାର ବାଡତ୍ୟା, ବିଜୁ ଯୁବ ବାହିନୀ ସଭାପତି ସମୀରକାନ୍ତ ତ୍ରିପାଠୀ, ସମ୍ପାଦକ ଦୂର୍ଗାପ୍ରସାଦ ସାହୁ, ହରିକୃଷ୍ଣ ସାହୁ, ରାଜକିଶୋର ରଥ ପ୍ରମୁଖ ଏନଏସି କର୍ତ୍ତୃପକ୍ଷ ମଞ୍ଚାସୀନ ଥିଲେ । ଚଳିତ ବର୍ଷ ମିନିଷ୍ଟାଡିୟମରେ ପ୍ରଥମକରି ଦିଗପହଣ୍ଡି ମହୋତ୍ସବ ପାଳନ ହେଉଥିବା ହେତୁ ସାଧାରଣତନ୍ତ୍ର ଦିବସ ପାଳନ ବଜାରସାହି ଗାନ୍ଧୀ ଛକ ଠାରେ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସେହିପରି ପ୍ଲାଷ୍ଟିକ୍ ଓ ପଲିଥିନ୍ ମୁକ୍ତ ପରିବେଶ ମଧ୍ୟରେ ସ୍ୱଚ୍ଛତା ପ୍ରାଧାନ୍ୟ ଦେଇ ଗଣତନ୍ତ୍ର ଦିବସ ପାଳନ ସମସ୍ତେ ଐକ୍ୟବଦ୍ଧ୍ୟତା ହୋଇଥିଲେ । ଏହି ଅବସରରେ ପ୍ରତିବର୍ଷ ପରି ସମସ୍ତ ସ୍କୁଲ୍ କଲେଜ ଆଦିରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା, ଦେଶାତ୍ମକ ବୋଧ ସଙ୍ଗୀତ, ଗଳ୍ପ ଓ କଥନ ଏବଂ ତର୍କ ଆକି ପ୍ରତିଯୋଗିତା ଅନୁଷ୍ଠିତ ହେବ । ସବ୍ ଜୁନିୟର୍, ଜୁନୁୟର୍ ଏବଂ ସିନିୟର୍ ବର୍ଗ ଭାବେ ସମସ୍ତ ପ୍ରତିଯୋଗିତା ଅନୁଷ୍ଠିତ ହେବ । ସବ୍ ଜୁନିୟର୍ ସ୍ତରରେ (ପାକ୍ ବିଦ୍ୟାଳୟ) ଗଳ୍ପ ଓ କଥନ, ଜୁନିଅର୍ (୪ର୍ଥ ଓ ୫ମ ଶ୍ରେଣୀ) ସଡକ ସୁରକ୍ଷା ବିଷୟ ବସ୍ତୁ ଉପରେ ଏବଂ ଜୁନିୟର୍ (ହାଇସ୍କୁଲ)ବକ୍ତୃତା (୬ଷ୍ଠ,୭ମ ଓ ୮ମ)ରେ ନାରୀ ସଶକ୍ତିକରଣ ବିଷୟବସ୍ତୁ ଉପରେ ଆଧାର କରି ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ । ସେହିପରି ସିନିୟର୍ ହାଇସ୍କୁଲ (୯ମ ଓ ୧୦ମ ଶ୍ରେଣୀ) ଏବଂ କଲେଜ୍ ସ୍ତରରେ ବିଶୃଙ୍ଖଳିତ ଛାତ୍ର ପାଇଁ ଦାୟୀ କିଏ ? ବିଷୟ ବସ୍ତୁ ଉପରେ ଆଧାର କରି ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହେବ । ସମସ୍ତ ପ୍ରତିଯୋଗିତା ଗୁଡିକରେ କେବଳ ପ୍ରଥମ ଏବଂ ଦ୍ୱିତୀୟ ଦୁଇଟି ପୁରଷ୍କାର ପ୍ରଦାନ କରାଯିବ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଆସନ୍ତା ଜନରାଜ୍ୟ ଦିବସରେ ଅତିଥିମାନଙ୍କ ଦ୍ୱାରା ପୁରଷ୍କୃତ କରାଯିବ ବୋଲି ଜଣାଯାଇଛି । ଆସନ୍ତା ୨୩ ଜାନୁଆରୀ ପୂର୍ବରୁ ସମସ୍ତ ପ୍ରତିଯୋଗିତା ଶେଷ କରି ଏନଏସିକୁ ରିପୋର୍ଟ କରିବାକୁ ବୈଠକରେ କୁହାଯାଇଛି । ସମସ୍ତ କାର୍ଯ୍ୟକ୍ରମକୁ ଏନଏସି କର୍ତ୍ତୃପକ୍ଷ ଏବଂ ବିଜୁ ଯୁବ ବାହିନୀ ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ । ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ବୈଠକରେ ଏନଏସି ଅଧିନସ୍ଥ ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନମାନଙ୍କର ଶିକ୍ଷକ ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here