ଆଙ୍କଲି ଶିଳ୍ପାଞ୍ଚଳ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ ନହେଲେ ଆନ୍ଦୋଳନ ନିଷ୍ପତ୍ତି।

0
619

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା /ରଶ୍ମିତା ପାଣିଗ୍ରାହୀ) : ବ୍ୟକ୍ତିଗତ ସ୍ୱାର୍ଥ ଦ୍ରୁଷ୍ଟିରୁ ବିଳମ୍ବ ହେବାରେ ଲାଗିଛି ବ୍ରହ୍ମପୁରର ଆଙ୍କୁଲି ଶିଳ୍ପାଞ୍ଚଳ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ୨୦୧୩ ମସିହାରୁ ଆରମ୍ଭ ହୋଇଥିବା ଏହି ଓଭର ବ୍ରିଜ ୨୦୧୭ସୁଦ୍ଧା ଶେଷ ହେବାକୁ ଥିବା ବେଳେ ନିର୍ଦ୍ଧାରିତ ସମୟ ଠାରୁ ୩ବର୍ଷ ଅଧିକ ବିତି ଯାଇଥିଲେ ହେଁଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଯାହାଫଳରେ ଅଂଚଳରେ ଯାତାୟାତରେ ଲୋକଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଏନେଇ ସ୍ଥାନୀୟ ଲୋକେ ବାରମ୍ବାର ପ୍ରସାଶନ ନିକଟରେ ଅଭିଯୋଗ ଓ ଦାବି କରିବା ପରେ ମଧ୍ୟ କୋଣସି ଫଳ ନମିଳିବା ଯୋଗୁଁ ଗତ କାଲି ଏକ ଜରୁରୀ ବୈଠକ ବସି ୭ଦିନ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନେ ଆଜି ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ସ୍ମାରକପତ୍ର ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here