ବୁଗୁଡା ବ୍ଲକ ପାଇଁ ଗୌରବ ଆଣିପାରିଲେ ରୁଦ୍ର ପ୍ରତାପ

0
474

ବୁଗୁଡା :ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ଡାକରବାଡି ହେଉଛି ଏକ ନିହାତି ପଲ୍ଲୀ ଗ୍ରାମ। ଗମନାଗମନ ପାଇଁ ଗ୍ରାମକୁ ନାହିଁ ଉତ୍ତମ ରାସ୍ତା। ହେଲେ ସେହି ପଲ୍ଲୀ ଗ୍ରାମର ମାତା ଜୟନ୍ତୀ ସ୍ବାଇଁ ଓ ପିତା ଏରକାଇଲୁ ସ୍ବାଇଁ ଙ୍କ ସୁପୁତ୍ର ରୁଦ୍ର ପ୍ରତାପ ସ୍ବାଇଁ ୨୦୨୨ ଦଶମ ବୋର୍ଡ ପରୀକ୍ଷାରେ ମୋଟ ୬୦୦ ମାର୍କରୁ ୫୮୭ ରଖି ଏ-୧ ଗ୍ରେଡରେ ପାସ କରି ବୁଗୁଡା ବ୍ଲକ ପାଇଁ ଗୌରବ ଆଣିପାରିଛନ୍ତି। ଯାତାୟାତର ଅସୁବିଧା ଯୋଗୁଁ ରୁଦ୍ର ପ୍ରତାପ ସ୍ବାଇଁ ବ୍ରହ୍ମପୁରର ନୀଳକଣ୍ଠ ନଗର ସରସ୍ୱତୀ ବିଦ୍ୟା ମନ୍ଦିରରେ ଅନ୍ତେବାସୀ ଭାବେ ଅଧ୍ୟୟନ କରୁଥିଲେ। ଦଶମ ବୋର୍ଡ ପରୀକ୍ଷାରେ ମୋଟ ୫୮୭ ନମ୍ୱର ପାଇ ୯୭.୮୩ ପ୍ରତିଶତରୁ ଉର୍ଦ୍ଧ୍ବ ମାର୍କ ରଖି ଏ-୧ ଗ୍ରେଡରେ ପାସ ହୋଇ ବୁଗୁଡା ବ୍ଲକ ପାଇଁ ଗୌରବ ଆଣି ପାରିଥିବା ଯୋଗୁଁ ଅଞ୍ଚଳର ବୁଦ୍ଧିଜୀବୀ ବୃନ୍ଦ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here