ବର୍ଷର ପ୍ରାରମ୍ଭରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ

0
123

ଛତ୍ରପୁର : ଜଉଗଡ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ ଗଞ୍ଜାମଙ୍କ ଅଭିଯୋଗ ଶୁଣାଣୀ ,ସୋମବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଜିଲ୍ଲାପାଳ ଦିବ୍ଯ ଜ୍ଯୋତି ପରିଡାଙ୍କ ତରଫରୁ ଏବଂ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଉପସ୍ଥିତ ରହି ଜନ ଶୁଣାଣୀ କରିଥିଲେ । ଆଜିର ଜନ ଶୁଣାଣୀରେ ସମୁଦାୟ ୩୫ ଗୋଟି ଆବେଦନର ଶୁଣାଣୀ କରାଯାଇଥିଲା ଏବଂ ସମସ୍ତ ଅଭିଯୋଗ ଗୁଡିକ ବ୍ୟକ୍ତିଗତ ଥିଲା । ଚଳିତ ବର୍ଷର ପ୍ରଥମ ଜନ ଶୁଣାଣୀ ନବ ବର୍ଷ ପ୍ରାରମ୍ଭରେ ହୋଇଥିବା ଯୋଗୁଁ ଜନ ଶୁଣାଣୀରେ ଭିଡ ପରିଲକ୍ଷିତ ହୋଇ ନଥିଲା । ଜିଲ୍ଲା ସମାଜ କଲ୍ଯାଣ ବିଭାଗ ତରଫରୁ ୧୦ ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନସନ୍ ପତ୍ର ଓ ଜମା ଖାତା ପ୍ରଦାନ କରାଯାଇଥିଲା ।
ଅଭିଯୋଗ ପ୍ରକେଷ୍ଠରେ ଉପଜିଲ୍ଲାପାଳ ଛତ୍ରପୁର ଦେବଦତ୍ତ ମହନ୍ତ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କଲ୍ଯାଣୀ ଦାଶ, ପୋଲିସ ବିଭାଗୀୟ ଅଧିକାରୀ ସମେତ ସମସ୍ତ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here