ଦ୍ଵିତୀୟ ଦିନରେ ପହଁଚିଲା ଏମ କେ ସି ଜି ନର୍ସିଙ୍ଗ ଛାତ୍ର ଓ ଛାତ୍ରୀଙ୍କ ଧାରଣା

0
601

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ)ବ୍ରହ୍ମପୁରରେ ନିର୍ମିତ ହୋଇଥିଲା ଓଡ଼ିଶାର ପ୍ରଥମ ମହିଳା ନର୍ସିଙ୍ଗ ମହାବିଦ୍ୟାଳୟ ଯେଉଁଠାରେ ୨୦୦୯ ମାସସିହାରୁ ବାଳକମାନେ ନର୍ସିଙ୍ଗ ପାଠ୍ୟକ୍ରମ ପଢିବାପାଇଁ ଯୋଗଦାନ ଦେଇଥିଲେ , କିନ୍ତୁ ଛାତ୍ରମାନେ ରହିବାର କୌଣସି ସୁବିଧା ଯୋଗାଇଦିଆଯାଇ ପାରୁନଥିଲା ସେଥିପାଇଁ ଛାତ୍ରମାନେ କଲେଜ କତୃପକ୍ଷକୁ ଦାବି ଜଣାଇଥିଲେ ଏହାକୁ ଭିର୍ତ୍ତିକରି ନିର୍ମାଣ ହୋଇଥିଲା ଛାତ୍ରାବାସ ଗୃହ , କିନ୍ତୁ ଏହି ଗୃହ ଗୁଡିକ ବର୍ତମାନ ପର୍ଯ୍ୟନ୍ତ ସେମାନଙ୍କୁ ଦିଆଯାଇନାହିଁ କଲେଜ କତୃପକ୍ଷଙ୍କୁ ଏ ନେଇ ପ୍ରଶ୍ନ କରିଲେ ଉତର ମିଳୁଛି ଯେ ଏହି ଗୃହ ଗୁଡିକ ମହାବିଦ୍ୟାଳୟର ଅନ୍ୟ କାର୍ଯ୍ୟରେ ଲଗାଯିବ
ଏହାଦ୍ୱାରା ଛାତ୍ର ଛାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହାର ସମାଧାନ ଲାଗି ଛାତ୍ରମାନେ ଗତକାଲି ଠାରୁ ଧାରଣା ରେ ବସିଛନ୍ତି
ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲାର ଛାତ୍ରମାନେ ଏଠାରେ ପଢିବା ପାଇଁ ଯୋଗ ଦେଉଛନ୍ତି ଛାତ୍ରାବାସ ନମିଳିବା ଯୋଗୁଁ ବାଧ୍ୟହୋଇ ଘରଭଡା ନେଇ ରହୁଛନ୍ତି ଅଧିକାଂଶ ପିଲାଙ୍କର ଆର୍ଥିକ ଅବସ୍ଥା ଏତେ ଭଲ ନୁହେଁ ଏବଂ ସହରର ମୁଖ୍ୟ ସ୍ଥାନଗୁଡିକରେ ମଧ୍ୟ ଘରଭଡା ଅଧିକ ହୋଇଥିବାରୁ ସେମାନେ ଦୂରଦୂରାନ୍ତରେ ଘରଭଡା ନେବାକୁ ବାଧ୍ୟ ହେଉଛନ୍ତି ଏହା ସହିତ ଭଲ ଖାଦ୍ୟ ,ପାନୀୟ ଜଳ,ଯିବା ଆସିବା ଖର୍ଚ ଯୋଗୁଁ ହଇରାଣ ହେଉଛନ୍ତି ଯଦି ନର୍ସିଙ୍ଗ ଛାତ୍ର ମାନେ ଭଲ ନ ରହିବେ ତେବେ ସେମାନେ ରୋଗୀ ମାନଙ୍କୁ କିପରି ସେବା ଯୋଗାଇପାରିବେ କାରଣ ସେମାନେ ପାଠପଢା ସହ କାମ ଶିଖୁଛନ୍ତି ଓ ବ୍ୟବହାରିକ ଜ୍ଞାନ ଶିକ୍ଷା ପାଇଁ ରୋଗୀ ମାନଙ୍କୁ ସେବା ଯୋଗାଉଛନ୍ତି ସେମାନେ ମୁଖ୍ୟ ପ୍ରଶାସକଙ୍କୁ ଏହି ବିଷୟରେ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ତେଣୁ ଛାତ୍ର ମାନେ ସେମାନଙ୍କ ଦାବି ପୁରଣ ହେବାପର୍ଯ୍ୟନ୍ତ ଧାରଣା ଅବ୍ୟାହତ ରଖିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି

LEAVE A REPLY

Please enter your comment!
Please enter your name here