ଗୁଜବକୁ ନେଇ ପ୍ରଶାସନ ହଇରାଣ

0
465

ଡାବୁଗାଁ ( ନ୍ୟୁଜ୍ ଏକ୍ସଟ୍ରା)ଜଣେ ମହିଳାଙ୍କ ମୃତଦେହ ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଧୀନ ଭାମିନୀ ପଞ୍ଚାୟତ ତାରାବେଡ଼ା ଜଙ୍ଗଲରେ ପୋତାଯାଇଥିବା ଖବର ରବିବାର ସନ୍ଧ୍ୟାରେ ଚାରିପଟେ ପ୍ରଚାର ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚ ଏସ୍‌ପିଙ୍କୁ ଜଣାଇଥିଲା । ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ କୋରାପୁଟରୁ ସାଇଣ୍ଟିଫିକ୍ ଟିମ୍ ଡକାଗଲା । ରାତି ବେଶି ହୋଇଥିବାରୁ ସେମାନେ ସୋମବାର ସକାଳୁ ଘଟଣାସ୍ଥଳରେ ପହଞ୍ଚିଥିଲେ । ରାତି ସାରା ଉକ୍ତ ଜାଗାରେ ଉମରକୋଟ ପୋଲିସର ଛାଉଣୀ କରି ରହିଥିଲେ । ସକାଳୁ ଟିମ୍ ସେଠାରେ ପହଞ୍ଚ ଖୋଳାଖୋଳି କରିବା ପରେ ସେଠାରୁ ମୃତଦେହ ମିଳି ନ ଥିଲା । କେହି ଜାଣିଶୁଣି ପୋଲିସକୁ ହଇରାଣ କରିବାକୁ କେବଳ ଶାଢ଼ି ପୋତିଥିବା ଜଣାପଡିଛି । ଘଟଣା ପ୍ରଚାର ହେବାପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଖୋଜି ଦଣ୍ଡ ଦେବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି । ପ୍ରକାଶ ଯେ , ତାରାବେଡ଼ା ଜଙ୍ଗଲରେ ଅଧାପୋତା ୨ଖଣ୍ଡ ନାରଙ୍ଗୀ ଶାଢ଼ି ଦେଖୁ କେତେଜଣ ଭାମିନି ସରପଞ୍ଚ କୃଷ୍ଣ ମାଝିଙ୍କୁଜଣାଇଲେ ସରପଞ୍ଚ ଉମରକୋଟ ଥାନାଧିକାରୀ ନରେଶ ପ୍ରଧାନଙ୍କୁ ଏ ନେଇ ଜଣାଇବାପରେ ସେ ସେଠାରେ ପହଞ୍ଚିଥିଲେ । କୋରାପୁଟରୁ ଡର୍ ସ୍ବାଡ୍ ଓ ଅନୁସନ୍ଧାନୀ ଟିମ୍‌ଙ୍କୁ ଡକାଯାଇଥିଲା । ସୋମବାର ଅପରାହ୍ନ ୩ଟାରେ ଅନୁସନ୍ଧାନ କୁକୁର ଧରି ୫ ଜଣିଆ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ସ୍ଥାନକୁ 2 ଖୋଳିଥିଲେ । କିନ୍ତୁ ସେଠାରୁ କିଛି ବାହାରି ନ ଥିଲା । ପୋଲିସ ପ୍ରଶାସନ ପକ୍ଷରୁ ଥାନ ଅଧିକାରୀ ନରେଶ ପ୍ରଧାନ, ଅତିରିକ୍ତ ତହସିଲଦାର ଉମେଶ ପୁଜାରୀ, ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡ଼ାକ୍ତର ରାହୁଳ ଉପସ୍ଥିତ ଥିଲେ ।ଏହାର ତଦନ୍ତ କରି ପ୍ରଶାସନକୁ ହଇରାଣ କରିଥିବା ବ୍ୟକ୍ତିଙ୍କୁ ଦଣ୍ଡିତ | କରାଯାଉ ବୋଲି ସାଧାରଣରେ ଦାବି ହେଉଛି।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here