ଖବରକାଗଜ ସମ୍ବାଦ କଳିକାର ୨୬ ତମ ସ୍ଵନକ୍ଷତ୍ର ଅନୁଷ୍ଠିତ

0
586

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗତକାଲି ଦୈନିକ ଖବରକାଗଜ ସମ୍ବାଦ କଳିକାର ୨୬ ତମ ସ୍ଵନକ୍ଷତ୍ର ଉତ୍ସବ ସହରସ୍ଥ ଟାଉନ ହଲ ପରିସରରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଦକ୍ଷିଣ ଓଡ଼ିଶା ମୁଖ୍ୟ ସାନ୍ତୁନୁ କୁମାର ରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ପୂର୍ବତନ ବିଧାୟକ ଡ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ , ଏଏସପି ପ୍ରଭାତ ରାଉତରାୟ , ପର୍ଯ୍ୟଟନ ଭାରତର ସମ୍ପାଦକ ନାରାୟଣ ମହାକୁଡ଼,ବିଭାଗ ସ୍ୱତନ୍ତ୍ର ଜିଲ୍ଲା ପ୍ରତିନିଧି ପ୍ରଶାନ୍ତି ରାଣୀ ମିଶ୍ର , ଆନ୍ତର୍ଜାତିୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ସଭାପତି ସୁଶାନ୍ତ କୁମାର ସାବତ , ନଗର ପ୍ରତିନିଧି କୈଳାସ ଚନ୍ଦ୍ର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ସାଂସଦ ଚନ୍ଦ୍ରଶେଖର ସାହୁ ନିରପେକ୍ଷ ସମ୍ବାଦ ପରିବେଷଣ ଏକ ଚ୍ୟାଲେଞ୍ଜ ଏବଂ ଏହାକୁ ପ୍ରତ୍ୟେକ ଖବର ସରବରାହ ସଂସ୍ଥା ଗ୍ରହଣ କରିବା ଆବଶ୍ୟକ | ଅନେକ ଖବର କାଗଜ ସଂସ୍ଥା ବିଭିନ୍ନ ରାଜନୈତିକ ଦଳ ସହ ଜଡିତ ଥିବା ବେଳେ “ସମ୍ବାଦ କଳିକା” ଭଳି କେତୋଟି ଖବର କାଗଜ ନିରପେକ୍ଷ ସମ୍ବାଦ ପରିବେଷଣ କରୁଛନ୍ତି ବୋଲି ମତ୍ତ ବ୍ୟକ୍ତ କରିଥିଲେ | ଡ.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ମତରେ “ସମ୍ବାଦ କଳିକା” ଦୈନିକ ଖବର ପ୍ରସାରଣ ସହ ଛାତ୍ରୀଛାତ୍ରମାନଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ସକ୍ଷମ ହେଉଛି | ବର୍ତ୍ତମାନର ଡିଜିଟାଲ ଯୁଗରେ ମଧ୍ୟ ଖବର କାଗଜର ଚାହିଦା ରହିଛି ବୋଲି ବ୍ରହ୍ମପୁର ଏ.ଏସ.ପି ଶ୍ରୀ ପ୍ରଭାତ ରାଉତରାୟ ମତ୍ତ ବ୍ୟକ୍ତ କରିବା ସହ ଆଜିକାଲିର ଯୁବ ପିଢିଙ୍କୁ ମୋବାଇଲ ଠାରୁ ଦୂରରେ ରହି ଖବର କାଗଜ ପଢିବା ପାଇଁ ହିତୋପଦେଶ ଦେଇଥିଲେ | ଉକ୍ତ କାର୍ଯ୍ୟକ୍ରମରେ ସାମ୍ବାଦିକ ସୂଦୀପ ସାହୁ,ଶକ୍ତିଧର ରାଜଗୁରୁ,ଜଗନମୋହନ ମହାପାତ୍ର,ପ୍ରକାଶ ପଟ୍ଟନାୟକ,ଅଶୋକ ବ୍ରହ୍ମା ଏବଂ ଚିରଞ୍ଜିତ ରାଜଗୁରୁଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଟିମ କ୍ଲିନ ସିଟିର ସଦସ୍ୟମାନଙ୍କ ନିସ୍ୱାର୍ଥାଭାବ କାର୍ଯ୍ୟକୁ ଖୁବ ପ୍ରଶଂସା କରାଯାଇଥିଲା | ଶେଷରେ କୁନି କୁନି ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here