କାଳିଆ

0
739

ସଙ୍ଘମିତ୍ରା ଦଳେଇ
**************

କାଳିଆ
ତୋ ସାଥି ରେ ଅଛି ରେ ଅନେକ କଥାା
ତୁ ତ ହେଉଛୁ ବଡ ଠାକୁର
ଠାକୁର କହିଲେ ଲାଗୁଛୁ ପର
ସାହସ କରିବି କି ???
ତୋ ତେ ମାନବି କି ତୁ ମୋ
ନିଜ ଲୋକ ଭଳିଆ??? ||

ଅଧା ଗଢ଼ା ଠାକୁର ତୁ ,,
ତୋ ମନ୍ଦିରେ
ସମସ୍ତ ଙ୍କୁ କରିଛୁ ଅଧା
ତଥାପି ସୁନ୍ଦର ଦିଶୁ ବାଙ୍କ ଚୁଳିଆ
ଚକା ଆଖି ରେ ,!! ତୋ ପାଖେ କ’ଣ ଅଛି
ଦେଖିଦେଲେ ନିର୍ବଳ ଙ୍କୁ ବଳ ମିଳୁଛି
ଲକ୍ଷ ଲକ୍ଷ ଭକ୍ତଙ୍କ ମନ ମୋହୁଛି ||

ତଥାପି ରେ ଚକାଡୋଳା ରଙ୍ଗ ଅଧର
ଖେଳୁଛୁ ଖେଳ
ଭଲ ଟାକୁ ପରଖୁ ବେଳ କୁ ବେଳ
ଦ୍ବନ୍ଦ ରେ ପକାଇ ଦେଖୁ ତୁ ଥାଉ
ସୁନା ଦିଶୁଥିବା ଚିଜ ସୁନା କି ନୁହୁଁ ||

ହିରା ନିଳା ସୁନା ରୁପା ଟଙ୍କା ପଇସା
ମାଟି ଗୋଡି ଫୁଲ ଫଳ ସବୁ ତ ତୋର
ତୋ ତେ ଦେଇ କହିବି କି ଏ ସବୁ ମୋର
ନା ରେ କାଳିଆ ଏ ବୁଦ୍ଧି ଦେଏ ନି ମୋତେ
କି କଲେ ଖୁସି ହେବୁ କହ ରେ ସତେ !!! ||

ଦୁଖଃ ଦେ କଷ୍ଟ ଦେ କରି ଦେ ପର
ତଥାପି ପାଇବୁ ରେ ମୁଁ ତୋ ନିଜର
ନାହିଁ ମାନ ଅପମାନ
ନାହିଁ ରେ ଅଭିଯୋଗ
ତୋ ଠୁ ଖାଲି ହାତେ ଫେରୁଛି ବୋଲି
ସାଉଁ ଟି ପକାଏ ତୋ ଶରଧା ବାଲି ||

ବୁଝୁଛି ରେ କାଳିଆ,,
ମୁଁ କେବଳ ଏକା ତୋର ନୁହଁଇ
ତୋ ମୁହଁ କୁ ଚାହିଁ ରହିଛୁନ୍ତି ଏନେକ ବୋଲି
ସେମାନଙ୍କ କଥା ଆଗ ବୁଝ ତୁ ଜଗତ ସାଇଁ
ତୁ ଯେ ଏକ ରେ ଅନେକ, ଭାବ ର ଗ୍ରାହୀ,
ଭାବ ଥିଲେ ତୋତେ ପାଇ ହୁଅଇ
କହିବେ ଯାଇ ||

ମୋ କଥା କୁ ତୁ ଏବେ ପଛ ରେ ରଖେ
ମୁଁ ପରା ନିଜ ଲୋକ ତୁ ପଛରେ ବୁଝେ
ନିଜ ଲୋକ ର ଭେଳା କେବେ ବୁଡିବ ନାହିଁ
ଏ ବିଶ୍ବାସ ମୋର ଅଛି ହେ ଜଗତ ସାଇଁ
ଗରୁଡ ସ୍ତମ୍ବ ପଛେ ରହି ଏକ ପଲକେ ତୋତେ ମୁଁ ଦେଖେ
ସବୁ ଦୁଖଃ କଷ୍ଟ ରୁ ଉଦ୍ଧାରିବ ଅହରହ ମୁଁ ଭାବେ
ହେ ଚକାଡୋଳା ସତେ ତୁ ନିଜର ହେବୁ
ଏ ଭବ ସାଗରୁ ନିଶ୍ଚେ ଉଦ୍ଧାରି ଦେବୁ ||

LEAVE A REPLY

Please enter your comment!
Please enter your name here