ସର୍ବ ଭାରତୀୟ ସାଧାରଣ ଧର୍ମଘଟରେ ଆଇଏଫଟିୟୁ ନେତୄତ୍ଵାଧିନ ଶ୍ରମିକ ଓ କର୍ମଚାରୀଙ୍କ ଅଂଶ ଗ୍ରହଣ

0
585

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) : ଶ୍ରମ ଆଇନକୁ ଦୁର୍ବଳ କରିବା, ବର୍ଧିତ ବେରୋଜଗାରୀ, ଦରଦାମ ବୃଦ୍ଧୀ, ରାଷ୍ଟ୍ରାୟତ ଶିଳ୍ପର ଘରୋଇକରଣ ବିରୋଧରେ ତଥା ସର୍ବନିମ୍ନ ମଜୁରୀକୁ ଦୈନିକ ସାତ ଶହ ଟଙ୍କା ଏବଂ ସର୍ବନିମ୍ନ ପେନସେନକୁ ମାସିକ ଦଶ ହଜାର ଟଙ୍କା ଘୋଷଣା କରିବା ଦାବିରେ ଦେଶର ଶ୍ରମିକ ସଂଗଠନ ମାନେ ଦେଇଥିବା ଡାକରାରେ ଆଜି ବ୍ରହ୍ମପୁର ଠାରେ ଆଇଏଫଟିୟୁ ସତ୍ବନ୍ଧୀତ ଶ୍ରମିକ ଓ କର୍ମଚାରୀ ସଂଗଠନମାନେ ଅଂଶ ଗ୍ରହଣ କରିବା ସହିତ ବନ୍ଦ ପାଳନ କରିଛନ୍ତି । ଆଜି ପୁର୍ବାହ୍ନରେ ସିପିଆଇ(ଏମ୍ ଏଲ୍) ନିଉ ଡେମୋକ୍ରାସୀ ରାଜ୍ୟ ମୁଖପାତ୍ର ଭାଲଚନ୍ଦ୍ର ଷଡ଼ଙ୍ଗୀ, ଆଇଏଫଟିୟୁ ଆବାହକ ପ୍ରତାପ ଚନ୍ଦ୍ର ପ୍ରଧାନ, ରବୀନ୍ଦ୍ର କୁମାର ସାହାଣୀ, କବିଚନ୍ଦ୍ର ବେହେରା, ଚୂଡାମଣି, ବୈଜୟନ୍ତୀ ସାହୁ, ପି ରତ୍ନାଲୁ, ଯୁବନେତା ଶିବରାମ ସାହୁ ପ୍ରମୁଖଙ୍କ ନେତୄତ୍ଵରେ ଆଇଏଫଟିୟୁ ଅନ୍ତର୍ଗତ ଓଡିଶା ନିର୍ମାଣ ଶ୍ରମିକ ମହାସଂଘ, ଓଡିଶା ଆଉଟସୋରସିଂ ପୌର କର୍ମଚାରୀ ସଂଘ, ଓଡିଶା ଆଉଟସୋରସିଂ ମେଡିକାଲ କର୍ମଚାରୀ ସଂଘ, ଓଡିଶା ଆଦର୍ଶ ବିଦ୍ୟାଳୟ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ, ମାନ୍ନା ଟ୍ରଷ୍ଟ କର୍ମଚାରୀ ସଂଘ ପ୍ରମୁଖର ଶତାଧିକ କର୍ମୀ ଓ ସମର୍ଥକ ହାତରେ ପ୍ଳାକାର୍ଡ ଧରି ବିଭିନ୍ନ ସ୍ଳୋଗାନ୍ ସହ ପୁରୁଣା ବସଷ୍ଟାଣ୍ଡରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ବିଭିନ୍ନ ବ୍ୟାଙ୍କ ଏବଂ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରିଥିଲେ ।

LEAVE A REPLY

Please enter your comment!
Please enter your name here