ଖୁବ୍ଶୀଘ୍ର ଓଡ଼ିଶାରେ କାର୍ଯ୍ୟକାରୀ ହେବ ଏକକ ଜରୁରି ନମ୍ବର: ଏକ ସଙ୍ଗେ ମିଳିବ ପୋଲିସ, ଫାୟାର, ସ୍ୱାସ୍ଥ୍ୟ ଭଳି ଏମର୍ଜେନ୍ସି ସେବା

0
578

ଭୁବନେଶ୍ୱର : ଖୁବ୍ଶୀଘ୍ର ଓଡ଼ିଶାରେ କାର୍ଯ୍ୟ ଆରମ୍ଭ କରିବ ଇମର୍ଜେନ୍ସି ରେସ୍ପନ୍ସ ସପୋର୍ଟ ସିଷ୍ଟମ (ଇଆର୍ଏସ୍ଏସ୍) । ଦେଶର ୨୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଇଆର୍ଏସ୍ଏସ୍ କାର୍ଯ୍ୟ କରୁଥିବାବେଳେ ଯେତେଶୀଘ୍ର ସମ୍ଭବ ଓଡ଼ିଶାରେ ଏହା ଆରମ୍ଭ ଲାଗି କେନ୍ଦ୍ର ସରକାର ରାଜ୍ୟକୁ ଅନୁରୋଧ କରିଛନ୍ତି ।କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଯିଏକି ଇଆରଏସ୍ଏସ୍ର ସମନ୍ୱୟ ରକ୍ଷା କରୁଛି, ରାଜ୍ୟ ସରକାରଙ୍କୁ ସୂଚାଇ ଦେଇଛି ଯେ ୨୦୨୦ ମାର୍ଚ୍ଚରୁ ସମଗ୍ର ଦେଶରେ ଏକକ ଜରୁରି ନମ୍ବର ୧୧୨ କାର୍ଯ୍ୟ ଆରମ୍ଭ କରିବ। ଏହା ମାଧ୍ୟମରେ ଲୋକଙ୍କୁ ତୁରନ୍ତ ପୁଲିସ୍, ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବିଭାଗର ସେବା ଯୋଗାଇ ଦିଆଯାଇ ପାରିବ । ଇଆର୍ଏସ୍ଏସ୍ ହେଉଛି ଭାରତର ଏକକ ଅନ୍ତର୍ଜାତୀୟ ମାନ୍ୟତା ଜରୁରି ନମ୍ବର -୧୧୨ । ଯେଉଁ ମୋବାଇଲ୍ ସିମ୍ କିମ୍ବା ଲ୍ୟାଣ୍ଡଲାଇନ୍ରେ ବାହାରକୁ କଲ୍ ଯିବା ବ୍ୟବସ୍ଥା ସାମୟିକ ଭାବେ ବନ୍ଦ ଥିବ ସେଥିରୁ ମଧ୍ୟ ଏହି ଜରୁରି ନମ୍ବର ୧୧୨କୁ ଫୋନ କରାଯାଇ ପାରିବ । ବିପଦରେ ପଡ଼ିଥିବା କୌଣସି ବ୍ୟକ୍ତି କେବଳ ୧୧୨ ନମ୍ବରକୁ ଫୋନ୍ ଲଗାଇଲେ ତାଙ୍କର ଆବଶ୍ୟକତା ଥିବା ବିଭାଗ ସହ ଏହା ଯୋଡ଼ି ହୋଇଯିବ ।

ଭାରତରେ ଏବେ ବିଭିନ୍ନ ଜରୁରି ନମ୍ବର ରହିଛି ଯଥା ପୁଲିସ୍ ପାଇଁ ୧୦୦, ଅଗ୍ନିଶମ ପାଇଁ ୧୦୧, ଆମ୍ବୁଲାନ୍ସ ପାଇଁ ୧୦୨ ଓ ଜରୁରି ବିପର୍ଯ୍ୟୟ ପରିଚାଳନା ପାଇଁ ୧୦୮ । ସମସ୍ତ ଜରୁରି ଫୋନ୍ କଲକୁ ସିଧାସଳଖ ୧୧୨ ସହ ଯୋଡ଼ିବା ପାଇଁ ଟେଲିକମ୍ କମ୍ପାନୀଗୁଡ଼ିକୁ କୁହାଯାଇଥିବାବେଳେ ସେମାନେ ଏ ଦିଗରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ଦେଶର ୨୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହା କାର୍ଯ୍ୟ ଆରମ୍ଭ କରିଥିବାବେଳେ ଓଡ଼ିଶାରେ କିନ୍ତୁ ଏଯର୍ପ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ । ତେଣୁ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ତୁରନ୍ତ ଏହାକୁ କାର୍ଯ୍ୟକାରୀ ଲାଗି ଓଡ଼ିଶା ସରକାରଙ୍କୁ କୁହାଯାଇଛି । ଇଆର୍ଏସ୍ଏସ୍ ବ୍ୟବସ୍ଥା ଦ୍ୱାରା କେବଳ ଲୋକଙ୍କ ଧନ ଜୀବନର ସୁରକ୍ଷା ହେବ ନାହିଁ ବରଂ ଅପରାଧକୁ ଏହା ରୋକିପାରିବ।

LEAVE A REPLY

Please enter your comment!
Please enter your name here