ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ PEO ଏବଂ GRS ଙ୍କ ଲାଞ୍ଚ ମାଗୁଥୀବା ନେଇ ଅଭିଯୋଗ ଆଣିଛନ୍ତି ହିତାଧିକାରୀ !

0
680

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ଙ୍କୁ ପକା ଘର ଯୋଗାଇ ଦେବା କୁ ନିର୍ବାଚନ ସମୟରେ ପ୍ରତିଶୃତି ଦେଇଥିଲେ l ଯୋଗ୍ୟ ହିତାଧିକାରୀ ଙ୍କ ଲିଷ୍ଟ ରେ ନାମ ଥିବା ସତ୍ୱେ ତଦନ୍ତ କରାଯାଇ ନାମ କାଟି ଦିଆଯାଇଥିଲା l ଫଳରେ ତଦନ୍ତ ଅଧିକାରୀ ଙ୍କ ନାମ ରେ ଅଭିଯୋଗ ପତ୍ର ବିଡ଼ିଓ ଙ୍କୁ ପ୍ରଦାନ କରାଯାଇଛି l ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଚନ୍ଦ୍ରପୁର ପଂଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ 131ଜଣ ଙ୍କ ନାମ ଲିଷ୍ଟ ରେ ଆସିଥିଲା l କିନ୍ତୁ ତଦନ୍ତ ଅଧିକାରୀ ଦାଇତ୍ୱ ରେ ଥିବା ମୈଦଲପୁର peo ପୂର୍ଣ୍ଣ ଚନ୍ଦ୍ର ସାହୁ ଓ grs ହରିହର ଯାନୀ 20ଜଣ ଙ୍କ ନାମ କାଟିଦେଇଥିଲେ l ହିତାଧିକାରୀ ମାନେ ଏହି ବିଷୟରେ ପଚାରିବାରୁ ତୁମ ମାନଙ୍କ ର ଭଲ ଘର ଅଛି ସେଥିପାଇଁ କଟାଯାଇଛି l ତୁମେ ମାନେ ଯଦି 3ହଜାର ଟଙ୍କା,କୁକୁଡ଼ା ଦେବ ତାହାହେଲେ ଲିଷ୍ଟରେ ନାମ ଛଡାଯିବ l ଏହି ବାବଦ ରେ ବିଡ଼ିଓ ଙ୍କୁ ଅଭିଯୋଗ ପତ୍ର ଦେଇଛନ୍ତି ଗ୍ରାମର ଡମ୍ବରୁ ମାଝୀ, ରବୀନ୍ଦ୍ର ମିର୍ଗାନ, ବୁଦନ ମାଳି, ଦିବ ଗୌଡ଼, କେଶବ ଗୌଡ଼ ପ୍ରମୁଖ l ଏ ନେଇ ଆମେ peo ଙ୍କୁ ପଚାରି ବୁଝିବାରୁ 20ଜଣଙ୍କ ମଧ୍ୟରୁ ଜଣେ ମୃତ, ନଅ ଜଣଙ୍କ ର ପକ୍କା ଘର ଅଛି, ଛଅ ଜଣଙ୍କ ର ଆଗରୁ ଘର ପାଇଛନ୍ତି, ତିନି ଜଣଙ୍କ ର ନାମ ଡବଲ ଅଛି ଓ ଜଣଙ୍କ ର ନାମ ଜଣାପଡ଼ୁନି ନାହିଁ ବୋଲି କହିଛନ୍ତି ! l ଲାଞ୍ଚ ମାଗିବା କଥା ସମ୍ପୂର୍ଣ ମିଥ୍ୟା ବୋଲି କହିଛନ୍ତି l ଏ ସମ୍ପର୍କ ପାପଡାହାଣ୍ଡି BDO ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ସେ ଏ ସମ୍ପର୍କ ପରେ କଥା ହେବେ ବୋଲି କହିଥିଲେ ! ନିରୀହ ଆଦିବାସୀ ଜିଲ୍ଲା ପ୍ରଶାସନ ପାଖ କୁ ଯିବା ପାଇଁ ଭୟ କରୁଛନ୍ତି ! ଯଥା ଶୀଘ୍ର ଏତି ପ୍ରତି ଜିଲ୍ଲା ପ୍ରଶାସନ ଦୋଷୀ ଙ୍କ ଉପରେ କାଯ୍ୟନୁଷ୍ଠାନ ନିଆ ଯାଉ ବୋଲି ଦାବି କରିଛନ୍ତି ! ଦେଖୀ ବାକୁ ବାକି ରହିଲା ଜିଲ୍ଲା ପ୍ରଶାସନ ଦୋଷୀଙ୍କ ଉପରେ କେବେ କାଯ୍ୟନୁଷ୍ଠାନ ନେଉଛନ୍ତି l
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here