ଟ୍ରେଡ଼ ୟୁନିୟନର ବନ୍ଦ ଡାକରା;ଆସନ୍ତାକାଲି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

0
691

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆସନ୍ତାକାଲି ୮ଜାନୁଆରୀ ବୁଧବାର ଦିନ ୨୪ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରା ୧୦ଟି ଶ୍ରମିକ ସଙ୍ଗଠନ ପକ୍ଷରୁ କେନ୍ଦ୍ର ସରକାରଙ୍କ ଆର୍ଥିକ ନୀତି ବିରୋଧରେ ତଥା ଦେଶର ଆର୍ଥିକ ସ୍ଥିତି ଭଲ ନଥିବା ଅଭିଯୋଗରେ ଦିଆଯାଇଛି । ଭାରତ ବନ୍ଦ ଡାକରା ଯୋଗୁଁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏଣୁ ଶିକ୍ଷା ବିଭାଗ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ୧୨ଦଫା ଦାବି ନେଇ ଧର୍ମଘଟ ଡାକରା ଦେଇଛି କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଓ ସ୍ୱାଧୀନ ଫେଡରେସନ ମିଳିତ ମଞ୍ଚ । ସରକାରଙ୍କ ‘ଦମନକାରୀ ନୀତି’ ଦେଶର ଆର୍ଥିକ ସଙ୍କଟ, ଦରଦାମ ବୃଦ୍ଧି ଏବଂ ବେକାରୀ ସମସ୍ୟାକୁ ନେଇ ବନ୍ଦ ପାଳନ କରାଯିବ।

LEAVE A REPLY

Please enter your comment!
Please enter your name here