ଆସନ୍ତା କାଲି ଭାରତ ବନ୍ଦ, ବ୍ୟାଙ୍କ ଓ ରେଳ ସେବା ହେବ ପ୍ରଭାବିତ l

0
750

ନୂଆଦିଲ୍ଲୀ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆସନ୍ତାକାଲି ୮ଜାନୁଆରୀ ବୁଧବାର ଦିନ ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରା ୧୦ଟି ଶ୍ରମିକ ସଙ୍ଗଠନ ପକ୍ଷରୁ କେନ୍ଦ୍ର ସରକାରଙ୍କ ଆର୍ଥିକ ନୀତି ବିରୋଧରେ ତଥା ଦେଶର ଆର୍ଥିକ ସ୍ଥିତି ଭଲ ନଥିବା ଅଭିଯୋଗରେ ଦିଆଯାଇଛି । ଏଥିପାଇଁ ସାରା ଦେଶର ରେଳ ଓ ବ୍ୟାଙ୍କିଙ୍ଗ ସେବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଭାବିତ ହେବ ବୋଲି ସିଟୁର ସାଧାରଣ ସମ୍ପାଦକ ତପନ ସେନ ଏହି ସୂଚନା ଦେଇଛନ୍ତି । ଏଥିରେ ଲକ୍ଷ ଲକ୍ଷ ଶ୍ରମିକ ଭାଗ ନେବା ବୋଲି ସେ ସୂଚନା ଦେଇଛନ୍ତ । ବୁଧବାର ବ୍ୟାଙ୍କ ୟୁନିୟନ କର୍ମଚାରୀଙ୍କୁ ଚାବି ସ୍ୱୀକାର ନକରିବାକୁ କୁହାଯାଇଥିବା ଯୋଗୁଁ ବ୍ୟାଙ୍କର ବହୁ ଶାଖା ବନ୍ଦ ହୋଇପାରେ,ବିଭିନ୍ନ ସ୍ଥାନରେ ଏଟିଏମ୍ ସେବା ମଧ୍ୟ ପ୍ରଭାବିତ ହୋଇପାରେ, କାରଣ ନେଟ୍ ବ୍ୟାଙ୍କିଙ୍ଗ ସାମାନ୍ୟ ଭାବରେ କାମ କରିବାର ସମ୍ଭାବନା ରହିଛି।

LEAVE A REPLY

Please enter your comment!
Please enter your name here