ଅନାଥ ପିଲା ଙ୍କୁ ଥଇଥାନ ଉଦ୍ଦେଶ୍ୟରେ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସରେ ରଣନୀତି ପ୍ରସ୍ତୁତି

0
313

ଡାଵୁଗାଁ (ନ୍ୟୁଜ ଏକ୍ସଟ୍ରା) ଆଗରୁ ଅନେକ ନଜର ରହିଛି ଯେ , ଯେତେବେଳେ କୌଣସି ବିପର୍ଯ୍ୟୟ ଆସେ ତାହାର ପରବର୍ତ୍ତୀ ସମୟରେ ଦାଦନ ଓ ବାଲ୍ୟବିବାହ ଭଳି ଘଟଣା ମାନ ଅଧୁକ ମାତ୍ରାରେ ଦେଖୁବାକୁ ମିଳିଥାଏ । ସେହି କରୋନା ମହାମାରୀ ସମୟରେ ସମଗ୍ର ନବରଙ୍ଗପୁର ଜିଲ୍ଲାରେ ମା ବାପାଙ୍କୁ ହରାଇ ଶିଶୁ ମାନେ ଅନାଥ ହେବା ଓ ସଚେତନତା ଅଭାବରୁ ବାଲ୍ୟବିବାହ ଘଟଣା ଗୁଡିକ ଅତିମାତ୍ରାରେ ବଢିବା ପ୍ରଶାସନର ନଜରକୁ କୁ ଆସିଛି । ତେବେ ଜିଲ୍ଲାରେ ଥିବା ସମସ୍ତ୍ର ଅନାଥ ଶିଶୁ ଓ ଏକକ ମାତା ପିତା ଥିବା ଶିଶୁ ମାନଙ୍କୁ ଥଇଥାନ ଏବଂ ବାଲ୍ୟ ବିବାହ ର ସମାପ୍ତ ଉଦ୍ଦେଶ୍ୟରେ ଆଜି ଜିଲ୍ଲାପାଳ ଡଃ ଅଜିତି ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ସୂରୀୟ ଟାସ୍କ ଫୋର୍ସ ର ବୈଠକ ଭରଚୁଆଲ ମାଧମ ରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଅନାଥ ଶିଶୁ ଓ ଏକକ ମାତା ପିତା ଥୁବା ଶିଶୁ ମାନଙ୍କୁ ଥଇଥାନ ସହିତ ଅଙ୍ଗନୱାଡି ଓ ଗ୍ରାମ ପଞ୍ଚାୟତ ସ୍ତରରେ ବିବାହ ପଞ୍ଜୀକରଣ ପାଇଁ ଜିଲ୍ଲାପାଳ ସମସ୍ତ ଅଧୁକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ଶିଶୁ ସୁରକ୍ଷାଅଧୁକାରୀ ସୁରେଶ ପଟ୍ଟନାୟକ ବୈଠକ ପ୍ରୟରେ ଜିଲ୍ଲା ର ସମସ୍ତ ବ୍ଲକ ଓ ୧୮୯ ଟି ଗ୍ରାମ ପଞ୍ଚାୟତ ଗୁଡ଼ିକରେ ଶିଶୁ ସୁରକ୍ଷା କମିଟି ଓ ବାଲ୍ୟ ବିବାହ ଟାସ୍କ ଫୋର୍ସ ଗଠନ ହୋଇଥିବାର ସୂଚନା ଦେଇ ଥିଲେ । ପରେ ଜିଲ୍ଲା ସମାଜ କଲ୍ୟାଣ ଅଧୁକାରୀ ମେହେରେ ନିଶା ବେଗମ ଚଳିତ ବର୍ଷ ରେ ଜିଲ୍ଲାରେ ମୋଟ ୧୧୪ ଗୋଟି ବାଲ୍ୟବିବାହ କୁ ବନ୍ଦ କରାଯାଇ ଥିବାର ପଦକ୍ଷ ଉପରେ ମତବ୍ୟକ୍ତ କରିବା ସହିତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି , ଜିଲ୍ଲା ସମାଜ କଲ୍ୟାଣ ବିଭାଗ , ୟୁନିସେଫ ଓ ଆକ୍ସନଏଡ ସଂସ୍ଥା ର ମିଳିତ ପ୍ରୟାସ ରେ ଏକ ଯୋଜନା ବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇ ଗ୍ରାମ ଗୁଡିକରେ ସଚେତନତା କାର୍ଯ୍ୟ କ୍ରମ ଚାଲୁଥିବାର ସୂଚନା ଦେଇଥିଲେ । ପରେ ପରେ ଆକ୍ସନଏଡ ସଂସ୍ଥା ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ ଶିଶୁ ମାନଙ୍କର ସୁରକ୍ଷା ଓ ବାଲ୍ୟ ବିବାହ ର ସମାପ୍ତି ଉଦ୍ଦେଶ୍ୟରେ ଜିଲ୍ଲାରେ ନିଆଯାଇ ଥିବା ବିଭିନ୍ନ ପଦକ୍ଷପ ଓ ଆଗାମୀ ଦିନର କାର୍ଯ୍ୟ କ୍ରମ ଉପରେ ବୈଠକରେ ଉପସ୍ଥାପନା କରିଥିଲେ । ଅନ୍ୟମାଙ୍କ ମଧେରେ ଅତିରିକ୍ତ ଜିଲ୍ଲାପାଳ ରତ୍ନାକର ସାହୁ , ଉପଜିଲ୍ଲାପାଳ ଭାସୁର ରୋହିତ , ଜିଲ୍ଲା ମଙ୍ଗଳ ଅଧୁକାରୀ ପବିତ୍ର ମୋହନ ପ୍ରଧାନ , ଜିଲ୍ଲା ଶିକ୍ଷା ଅଧୁକାରୀ ଚନ୍ଦ୍ରଶେଖରପାଣିଗ୍ରାହି , ଜିଲ୍ଲା ପଞ୍ଚାୟତ ଅଧୁକାରୀ ଶିଶିର କୁମାର ପାଣି , , ଜିଲ୍ଲା ଶିଶୁମଙ୍ଗଳ ସମିତିର ଅଧକ୍ଷ ଦିବାକର ବାହୁକ , ଜିଲ୍ଲା ଶ୍ରମ ଅଧୁକାରୀ ନରେନ୍ଦ୍ର ଗୌଇ ପାଇ , ଡ଼ିଆ ଇ ପି ଆର ଓ ହଲଧର ନିଆଲ , କାର୍ଯ୍ୟ ନିର୍ବାହୀ ଅଧୁକାରୀ ଗୌର ଚନ୍ଦ୍ର ପଟ୍ଟନାୟକ , ଜିଲ୍ଲା ର ସମସ୍ତ ବିଡିଓ ଓ ସିଡିପିଓ ତଥା ବାଲ୍ୟ ବିବାହ ଅଧୁକାରୀ , ଚାଇଲ୍ଡ ଲାଇନ ଜିଲ୍ଲା ସଂଯୋଜକ ରବୀନ୍ଦ୍ର ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲାରେ ଅନାଥ ଶିଶୁ ଓ ଏକକ ମାତା ପିତା ଥିବା ଶିଶୁ ମାନଙ୍କୁ ଥଇଥାନ ଏବଂ ବାଲ୍ୟ ବିବାହ ର ସମାପ୍ତ ଦିଗରେ ନିଜର ମତାମତ ପ୍ରଦାନ କରିଥିଲେ ।

ରିପୋର୍ଟ୍ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here