ଆନ୍ତର୍ଜାତୀୟ ସଂସ୍ଥାଦ୍ୱାରା ବରିଷ୍ଠ କଳାକାର ଏସ,ଆନନ୍ଦ ରାଓ ସମ୍ମାନିତ

0
583

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) : ଗଂଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ସଦସ୍ୟ ତଥା ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଶିଳ୍ପୀ ଏସ.ଆନନ୍ଦ ରାଓ ନିଜର ଆଶ୍ଚର୍ଯ୍ୟଜନକ ଧାତବ କଳାକୃତି ପ୍ରସ୍ତୁତି ନେଇ ଆନ୍ତର୍ଜାତୀୟ ସଂସ୍ଥା (WONDER BOOK OF RECORDS ) ତରଫରୁ ସମ୍ମାନିତ ହେବା ଗୌରବ ଅର୍ଜନ କରିପାରିଛନ୍ତି | ପିତ୍ତଳର ଆଶ୍ଚର୍ଯ୍ୟଜନକ ପଶୁପକ୍ଷୀ,ବୃକ୍ଷଲତା,ଯାନବାହାନ,କ୍ଷେପଣାସ୍ତ୍ର ଆଦିର ସୁଖମ କୃତି ନିର୍ମାଣ କରି ତିନି ଚାରୋଟି ଆନ୍ତର୍ଜାତୀୟ ସଂସ୍ଥାଦ୍ୱାରା ପୁରସ୍କୃତ ଶିଳ୍ପୀ ଶ୍ରୀଯୁକ୍ତ ରାଓ (WONDER BOOK OF RECORDS ) ସଂସ୍ଥାଦ୍ୱାରା ପ୍ରେରିତ ପ୍ରମାଣପତ୍ର,ସମ୍ବର୍ଦ୍ଧନାପତ୍ର,ବେଡ଼ଜ ଆଦି ବ୍ରହ୍ମପୁର ମହାନଗର ନିଗମ କମିଶନର ଶ୍ରୀ ଚକ୍ରବର୍ତ୍ତୀ ସିଂ ରାଥୋଡଙ୍କ ଠାରୁ ଗ୍ରହଣ କରିଛନ୍ତି | ଏହି ସମ୍ବର୍ଦ୍ଧନା ଗ୍ରହଣ ସମୟରେ ଗଂଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର ସଭାପତି ସୁବାଷ ଚନ୍ଦ୍ର ସାହୁ,ସମ୍ପାଦକ ସୁବାଷ ଚନ୍ଦ୍ର ସାହୁ ରୋଶନଙ୍କ ସମେତ ସର୍ବଶ୍ରୀ ଏସ.ବରପ୍ରସାଦ,ପି.ରାମକୃଷ୍ଣ,ଏ.ପ୍ରସାଦ ରାଓ,ନୀଳମାଧବ ଜେନା,ଲକ୍ଷ୍ମୀନାରାୟଣ ସାମଲ,ବାଲାଦେବ ସାହୁ,ରମେଶ ଚନ୍ଦ୍ର ସାହୁ,ଭଗବାନ ସାମଲ ପ୍ରମୁଖ ବହୁ ସଂଘ ସଦସ୍ୟ ଉପସ୍ଥିତ ଥିଲେ | ଏହି ଅବସରରେ କମିଶନର ଶ୍ରୀ ଚକ୍ରବର୍ତ୍ତୀ ସିଂ ରାଥୋଡ ପ୍ରତିଭାବାନ କଳାକାରମାନେ ସମାଜଦ୍ୱାରା ଯଥାର୍ଥ ସମ୍ମାନ ପାଇବା ଉଚିତ ବୋଲି ନିଜସ୍ୱ ମତ୍ତ ବ୍ୟକ୍ତ କରିଥିଲେ |ମହାନଗର ନିଗମର କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

LEAVE A REPLY

Please enter your comment!
Please enter your name here