ପାଠ୍ୟ ପୁସ୍ତକରୁ ବଞ୍ଚିତ ପିଲାଙ୍କୁ ଖାତା ଓ ବହି ଯୋଗାଇଲେ ମହାତ୍ମା ହେଲପିଙ୍ଗ କ୍ଳବ।

0
624

ବ୍ରହ୍ମପୁର,୦୪/୦୮(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ଏହା ହେଉଛି ସର୍ବଶିକ୍ଷା ଅଭିଯାନର ସ୍ଲୋଗାନ। ହେଲେ ଏହି ସ୍ଲୋଗାନକୁ ଖୋଦ ସରକାରୀ ସ୍ତରରେ ହିଁ ପାଳନ କରାଯାଉନାହିଁ। ଯଦିଓ ଓଡ଼ିଆ ଭାଷା ଭାଷୀ ଛାତ୍ରଛାତ୍ରୀଙ୍କୁ ସର୍ବଶିକ୍ଷା ଅଭିଯାନରେ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଉଛି ହେଲେ ଅନ୍ୟ ଭାଷାର ଛାତ୍ରଛାତ୍ରୀଙ୍କ ପାଇଁ ସର୍ବଶିକ୍ଷା ଅଭିଯାନରେ ପାଠ୍ୟପୁସ୍ତକ ଯୋଗାଇବା ସମ୍ଭବପର ହେଉନାହିଁ। ଫଳରେ ପାଠ୍ୟପୁସ୍ତକରୁ ବଞ୍ଚିତ ଏଭଳି ପିଲାମାନେ ଅଧାରୁ ପାଠ ପଢା ଛାଡୁଥିବା ଦେଖିବାକୁ ମିଳୁଛି ।

ଠିକ ଏକା ଅବସ୍ଥା ଅନ୍ୟ ରାଜ୍ୟରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି।ବ୍ରହ୍ମପୁର ସହରରେ ଏଭଳି ସମସ୍ୟାର ସମାଧାନ ତଥା ତେଲୁଗୁ ପିଲାଙ୍କ ଭବିଷ୍ୟତ ଗଠନ ନେଇ ଚିନ୍ତା କରି ମହାତ୍ମା ହେଲପିଙ୍ଗ କ୍ଳବ ପକ୍ଷରୁ ନିୟମିତ ତେଲୁଗୁ ପାଠ୍ୟପୁସ୍ତକ ଯୋଗାଡ଼ କରି ଉଭୟ ଖାତା ଓ ବହି ଯୋଗାଇ ଦିଆଯାଉଛି। ପୂର୍ବରୁ କ୍ଳବ ପକ୍ଷରୁ ଦୁଇଟି ସ୍କୁଲରେ ପିଲାଙ୍କୁ ବହି ଓ ଖାତା ଯୋଗାଇ ଦିଆଯାଇଥିବାବେଳେ ଶନିବାର ଦିନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ 6ଷ୍ଠ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପାଠ୍ୟପୁସ୍ତକ ଓ ଖାତା ବଣ୍ଟନ କରାଯାଇଛି। ଆଗକୁ ଅବଶିଷ୍ଟ ଦୁଇ ଶ୍ରେଣୀର ଅର୍ଥାତ ନବମ ଓ ଦଶମ ଶ୍ରେଣୀର ପିଲାଙ୍କୁ ବହି ଯୋଗାଇ ଦିଆଯିବ ବୋଲି କ୍ଲବର କର୍ମକର୍ତ୍ତା କହିଛନ୍ତି। ସେପଟେ ପିଲାଙ୍କୁ ବହି ଯୋଗାଇ ମହାତ୍ମା ହେଲପିଙ୍ଗ କ୍ଲବର ସଦସ୍ୟମାନେ ସେମାନଙ୍କର ସମସ୍ୟାର ସମାଧାନ କରିପାରିଛନ୍ତି ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here