ସଡକ ଦୁର୍ଘଟଣାରେ ୩ ସାଙ୍ଗ ମୃତ ;୨ ଗୁରୁତର

0
595

ଦିଗପହଣ୍ଡି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଞ୍ଚଳର କୋଟି ନଡ଼ା ଦେଉଳ ପେଡ଼ି କେନାଲ ରାସ୍ତାରେ ଏକ ମର୍ମନ୍ତୁକ ସଡକ ଦୁର୍ଘଟଣା ଘଟିଛି । ବୁଧବାର ସନ୍ଧ୍ୟାବେଳେ ନୂଆବର୍ଷର ଭୋଜି ସାରି ଦୁଇଟି ମୋଟରସାଇକେଲରେ ୫ଜଣ ସାଙ୍ଗ ଘରକୁ ଫେରୁଥିବା ସମୟରେ, ଗୋଟିଏ ବାଇକ୍ ବ୍ରିଜ୍କୁ ଧକ୍କା ଦେଇ ରାସ୍ତା ପାର୍ଶ୍ୱ କୂଅରେ ଗଳି ପଡ଼ିଥିଲା । ସୂଚନା ଅନୁଯାୟୀ, ବ୍ରହ୍ମପୁର ସଦର ଥାନା ଲାଞ୍ଜିଆ ଗାଁର ସନ୍ତୋଷ ଗୌଡ଼, ରାଇଝୋଳ ଗାଁର ଜିତେନ୍ଦ୍ର ଗୌଡ଼, ବାବୁଲା ଗୌଡ଼ ଓ ମିଟୁ ଗୌଡ଼ ଏବଂ ପଦ୍ମତୋଳା ଗାଁର ଶିବରାମ ସ୍ୱାଇଁ ଦୁଇଟି ମୋଟରସାଇକେଲରେ ପଦ୍ମତୋଳାରୁ ରାଇଝୋଳକୁ ଫେରୁଥିଲେ। ବ୍ରିଜ୍ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇ ସନ୍ତୋଷ ଗୌଡ଼, ଜିତେନ୍ଦ୍ର ଗୌଡ଼, ବାବୁଲା ଗୌଡ଼ କୂଅରେ ଗଳି ପଡ଼ିଥିଲେ। ତାଙ୍କ ପଛରେ ଆସୁଥିବା ମିଟୁ ଗୌଡ଼ ଓ ଶିବରାମ ସ୍ୱାଇଁ ମଧ୍ୟ ବ୍ରିଜ୍ରେ ବାଡେଇ ହୋଇଯାଥିଲେ। ସେମାନେ ଏନେଇ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଦିଗପହଣ୍ଡି ଥାନା ଅଧିକାରୀ ଶ୍ରୀ ବସନ୍ତ କୁମାର ସେଠୀ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଯୁବକ ଓ ଅଗ୍ନିଶମ କର୍ମଚାରୀମାନଙ୍କ ସହଯୋଗରେ ସମସ୍ତଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ସନ୍ତୋଷ ଗୌଡ଼, ଜିତେନ୍ଦ୍ର ଗୌଡ଼ ଓ ବାବୁଲା ଗୌଡ଼ଙ୍କୁ ମୃତ ଘୋଷଣା କରାଯାଇଥିଲା । ଆହତ ଶିବରାମ ଓ ମିଟୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସୀତ ହେଉଛନ୍ତି।

LEAVE A REPLY

Please enter your comment!
Please enter your name here