୧୧୫୦ ଲିଟର ଦେଶୀ ମଦ ଜବତ, ୯ ଗିରଫ

0
411

ବୁଗୁଡା(ଅନିଲ କୁମାର ମହାରଣା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଗଞ୍ଜାମ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର କୁମାର ଭତ୍ରା ଙ୍କ ନିର୍ଦ୍ଦେଶ କ୍ରମେ ସୋରଡ଼ା ଥାନା ଅଞ୍ଚଳରେ ଅବକାରୀ ବିଭାଗ ଓ ପୋଲିସ ବିଭାଗ ପକ୍ଷରୁ ମିଳିତ ଭାବେ ସେପ୍ଟେମ୍ବର ୨୩ ତାରିଖ ଦିନ ଚଢ଼ାଉ କରାଯାଇ ମଦ ଜବତ ସହ ୯ ଜଣଙ୍କୁ ଗିରଫ କରାଯାଇଛି। ଗଞ୍ଜାମ ଅବକାରୀ ଉପଅଧିକ୍ଷକ ଅଭିରାମ ବେହେରାଙ୍କ ନେତୃତ୍ୱରେ ଓ ସୋରଡ଼ା ତହସିଲଦାର ତଥା ଏଗଜିକିଉଟିଭ ମାଜିଷ୍ଟ୍ରେଟ ରବୀନ୍ଦ୍ର କୁମାର ମିଶ୍ର ସୋରଡ଼ା ଆଇଆଇସି ରମେଶ ଚନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସୋରଡ଼ ଥାନା ଅନ୍ତର୍ଗତ ଲାଠିପଡା, ମଠଖଳା, ଜୟସିଂ, ଗୋପାଳପୁର ଶାସନ ଓ ବଡ ପାଣ ସାହିରେ ଚଢ଼ାଉ କରାଯାଇ ୯ ଜଣଙ୍କୁ ଗିରଫ କରିବା ସହ ୪୯୦୦ ଲିଟର ପୋଚ ଜବତ ହୋଇ ନଷ୍ଟ କରିବା ସହ ୧୧୫୦8 ଲିଟର ଦେଶୀ ମଦ ଓ ମଦ ତିଆରି ସାମଗ୍ରୀ ଜବତ କରାଯାଇଛି। ଏହି ଚଢ଼ାଉ କାର୍ଯ୍ୟକ୍ରମରେ ଗଞ୍ଜାମ ଅବକାରୀ ଉପଅଧିକ୍ଷକ ଶ୍ରୀ ବେହେରା, ତହସିଲଦାର ଶ୍ରୀ ମିଶ୍ର ଓ ସୋରଡ଼ା ଥାନା ଆରକ୍ଷୀ ନିରୀକ୍ଷକ ଶ୍ରୀ ପ୍ରଧାନ ଙ୍କ ସମେତ ସୋରଡ଼ା ଓ ବଡଗଡ ଥାନା ପୋଲିସ ଫୋର୍ସ ଏବଂ ଗଞ୍ଜାମ ଅବକାରୀ ଭ୍ରାମ୍ୟମାଣ ସଂସ୍ଥା ଅବକାରୀ ନିରୀକ୍ଷିକା ଓ କର୍ମଚାରୀ ବୃନ୍ଦ, ସୋରଡ଼ ଅବକାରୀ ବିଭାଗ ଓଆଇସି ଓ କର୍ମଚାରୀ ବୃନ୍ଦ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here