ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୪ତମ ପ୍ରତିଷ୍ଠା ଦିବସ ,ସାହିତ୍ୟିକା ପଦ୍ମଶ୍ରୀ ପ୍ରତିଭା ରାୟଙ୍କୁ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ସମ୍ମାନ

0
586

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଦକ୍ଷିଣ ଓଡିଶାର ଶିକ୍ଷାର ପ୍ରାଣକେନ୍ଦ୍ର ରୂପେ ପରିଚିତ ବ୍ରହ୍ମପୁର ବିଶ୍ୱବଦ୍ୟାଳୟ ୧୯୬୭ ମସିହା ଜାନୁଆରି ୨ତାରିଖରେ ପ୍ରତିଷ୍ଠା ହୋଇଥିଲା । ଆଜି ବିଶ୍ୱବଦ୍ୟାଳୟର କୁଳପତି ପ୍ରଫେସର ଗୋବିନ୍ଦ ଜେ. ଚକ୍ରପାଣିଙ୍କ ପୌରୋହିତ୍ୟରେ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଛି ୫୪ତମ ପ୍ରତିଷ୍ଠା ଦିବସ । ଏହି ସମାରୋହରେ ସାହିତ୍ୟ ସାଧନା ଲାଗି ଖ୍ୟାତନାମା ସାହିତ୍ୟିକା ପଦ୍ମଶ୍ରୀ ପ୍ରତିଭା ରାୟଙ୍କୁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ସମ୍ମାନ ପ୍ରଦାନ କରାଯାଇଛି ଓ ପୁରସ୍କାର ସ୍ୱରୂପ ୧ଲକ୍ଷ ଟଙ୍କା ଅର୍ଥରାଶି,ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଛି। ଏତଦ ବ୍ୟତୀତ ସାହିତ୍ୟିକ ପ୍ରଶାନ୍ତ କୁମାର ମହାନ୍ତି ଓ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ର ସହନିର୍ଦ୍ଦେଶକ ହୃଷୀକେଶ ପାଣିଗ୍ରାହୀଙ୍କୁ ମଧ୍ୟ ଅଙ୍ଗବସ୍ତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି, ଦେଶିଆ ନାଟକ ଗୁରୁ ନରସିଂହ ତ୍ରିପାଠୀ ଏବଂ ଆଦିବାସୀ ଚିତ୍ରକଳା ଲାଗି ଲକ୍ଷ୍ମଣ ଶବରଙ୍କୁ ଦକ୍ଷିଣ ଓଡ଼ିଶା ଲୋକସଂସ୍କୃତି ସମ୍ମାନ ପ୍ରଦାନ କରାଯାଇଛି। ବିଶ୍ୱବଦ୍ୟାଳୟର ଆଲୁମ୍ନି ସଦସ୍ୟ ଶ୍ରୀ ତ୍ରିପାଠୀ ଏବଂ ବିଶ୍ୱବଦ୍ୟାଳୟ ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ନେଇଥିବା ଡାକ୍ତର ସତ୍ୟବ୍ରତ ମହାପାତ୍ରଙ୍କୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଦିଆଯାଇଛି। ଏଥିସହ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବିଶ୍ୱବଦ୍ୟାଳୟର ୬୦ ଛାତ୍ର ଓ ଗବେଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।ଏହି ସମାରୋହ ଶେଷରେ ବିଶ୍ୱବଦ୍ୟାଳୟର ଛାତ୍ରଛାତ୍ରୀମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ।

LEAVE A REPLY

Please enter your comment!
Please enter your name here