ସାମ୍ବାଦିକାଙ୍କୁ ଆକ୍ରମଣ ପ୍ରତିବାଦରେ ବ୍ରହ୍ମପୁରର କାର୍ଯ୍ୟରତ ସାମ୍ବାଦିକଙ୍କ ବିକ୍ଷୋଭ

0
700

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପରିଚାଳିତ ସରରକାରଙ୍କ ଦ୍ଵାରା ବହୁ ଯୋଜନା ଓ କାର୍ଯ୍ୟକ୍ରମ ବିଭିନ୍ନ ସମୟରେ ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ପ୍ରଶଂସିତ ହେଉଥିବା ବେଳେ ଅନ୍ୟାୟ ଏବଂ ବେଆଇନ କାର୍ଯ୍ୟର ପ୍ରତିବାଦରେ ସ୍ୱର ଉତ୍ତୋଳନ କରୁଥିବା କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ସ୍ୱତନ୍ତ୍ର ଭାବେ ଆଇନ ପ୍ରଣୟନ କରିବା ଦିଗରେ ମୁଖ୍ୟମନ୍ତ୍ରୀଙ୍କର ଆନ୍ତରିକତାର ଅଭାବ କାହିଁକି ?ଏ କ୍ଷେତ୍ରରେ ଅନ୍ୟ ରାଜ୍ୟ ଆଗୁଆ ରହିଥିବା ବେଳେ ଓଡ଼ିଶା ପଛୁଆ କାହିଁକି ? ଏଭଳି ଆଇନ ପ୍ରଣୟନ କରାଯିବାର ପ୍ରାସଙ୍ଗିକତାକୁ ଉଜାଗର କରିଛି ଗତକାଲି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ହୋଇଥିବା ଆକ୍ରମଣ । ଗତକାଲି ଏକ ନିନ୍ଦନୀୟ ଏବଂ ଲଜ୍ଜାଜନକ ଘଟଣା ଘଟିଥିଲା ଭୁବନେଶ୍ୱରରେ ଏସ୍ପ୍ଲାନେଟ ମଲ୍ରେ ।ସାମ୍ବାଦିକା ସ୍ୱାତି ଜେନା ଏବଂ କ୍ୟାମେରା ମ୍ୟାନ ପ୍ରମୋଦ କୁମାର ମହାପାତ୍ର ବେଆଇନ ପାର୍କିଂ ଫି ଆଦାୟ ହେଉଥିବା ନେଇ ଖବର ସଂଗ୍ରହ କରିବାକୁ ଯାଇଥିବାବେଳେ ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ସାମ୍ବାଦିକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ସହ ଏକ ଘରେ ବନ୍ଦ କରି ରଖି ଦେଇଥିଲେ । ବ୍ରହ୍ମପୁର ସହରର ସମସ୍ତ ସାମ୍ବାଦିକ ଏହି ଘଟଣାର ଦୃଢ଼ ପ୍ରତିବାଦ କରି ଗାନ୍ଧି ଛକରେ ଏକତ୍ରିତ ହୋଇ ସାମ୍ବାଦିକ ସୁରକ୍ଷା ଆଇନକୁ ତୁରନ୍ତ ଲାଗୁ କରି ଏଭଳି ଘଟଣାଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଥିଲେ । ସାମ୍ବାଦିକ ସଂଘ ପକ୍ଷରୁ ଅନୁଷ୍ଠିତ ଏହି ସଭାରେ ବ୍ରହ୍ମପୁର ପ୍ରେସ୍ କ୍ଲବ୍ ସଭାପତି ଗୋପାଳ ପଟ୍ଟନାୟକ, ସଂପାଦକ ଚିରଞ୍ଜିତ ରାଜଗୁରୁ, ହେମାଙ୍ଗ ପ୍ରସାଦ ରାଉଳ, ସୁଦୀପ ସାହୁ, ମନୋଜକାନ୍ତ ଦାସ ,ପି କେ ବିଶାରଦ,ଅଶୋକ ବ୍ରହ୍ମା, ପୀତାମ୍ବର ନାହାକ, ଅନନ୍ତ ,ଚିକୁ, ସମୀର ରଥ, ଦୀନେଶ ,ଅଭିରାମ ପାତ୍ର , ସାନ୍ତୁନୁ ରଣା ,ସଚିନ ,ଉମା ଶଙ୍କର, ଅସିତ୍ ପଣ୍ଡା, କୁନା ମିଶ୍ର, ଲଲାଟେନ୍ଦୁ, ପ୍ରକାଶ ପାଣିଗ୍ରାହୀ, , ଜଗନ୍ନାଥ ସାହୁ, ଅରୁଣ କୁମାର ପଟ୍ଟନାୟକ, ବିଶ୍ୱନାଥ ମହାରଣା, ଅମର ଦାସ, କୈଳାସ ବେହେରା, , କାହ୍ନୁଚରଣ ପାତ୍ର, ଗୋପାଳ ରେଡ଼ି, , ପ୍ରଦୀପ କର ,ସତ୍ୟଚେତନା ପରିଡ଼ା, ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here