ଅସହାୟଙ୍କ ପାଇଁ ରାତିରେ ଖୋଲିବ ସ୍କୁଲ !

0
627

ଭୁବନେଶ୍ୱର : ଅସହ୍ୟ ଶୀତରେ ଥରୁଥିବା ଅସହାୟ ଲୋକଙ୍କୁ ବିଦ୍ୟାଳୟ ଗୁଡିକରେ ଆଶ୍ରୟ ଦେବା ପାଇଁ ସରକାରଙ୍କ ପକ୍ଷରୁ ରାତ୍ରରେ ସ୍କୁଲ ଖୋଲିବା ପାଇଁ ପଦକ୍ଷେପ ନିଆଯାଇଛି। ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ସବୁ ଜିଲ୍ଲାପାଳମାନଙ୍କୁ ପ୍ରତିଷେଧମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।ଗରିବ, ବାସହୀନଙ୍କ ପାଇଁ ରାତ୍ର ଆଶ୍ରୟସ୍ଥଳ ଯୋଗାଇବା ସହ ଆଶ୍ରୟସ୍ଥଳ, ସ୍କୁଲ, ସର୍ବସାଧାରଣ କୋଠା ଖୋଲା ରଖିବାକୁ ନିର୍ଦ୍ଦେଶ ହୋଇଛି। ଏହାସହ ସବୁ ବ୍ଲକ୍, ତହସିଲ, ଗ୍ରାମ ପଞ୍ଚାୟତକୁ ଆଲର୍ଟ କରିବାକୁ ନିର୍ଦ୍ଦେଶ ହୋଇଛି। ଗରିବ ଲୋକେ ରାତିରେ ରହିବାକୁ ସ୍କୁଲ ଘର ଖୋଲା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here