ସରକାରୀ ଚାକିରିଆଙ୍କ ପାଇଁ ନବୀନଙ୍କ ବଡ ଘୋଷଣା । ଜାନୁଆରୀ ୧ ସୁଦ୍ଧା ଯୋଗ୍ୟ ବାବୁଙ୍କୁ ମିଳିବ ପଦୋନ୍ନତି, ବିଳମ୍ବ ହେଲେ ବିଭାଗୀୟ ଅଧିକାରୀ ରହିବେ ଦାୟୀ ।

0
553

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର । ଜାନୁଆରୀ ୧ରୁ ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦୋନ୍ନତି ପାଇବାକୁ ଯୋଗ୍ୟ ସରକାରୀ ବାବୁଙ୍କୁ ଜାନୁଆରୀ ୧ ସୁଦ୍ଧା ପଦୋନ୍ନତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ତେବେ ପଦୋନ୍ନତି ପ୍ରକ୍ର୍ରିୟାକୁ ଡିସେମ୍ବର ୩୧ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ ଓ ଜିଲ୍ଲାପାଳ ମାନଙ୍କୁ କଡା ନିର୍ଦ୍ଦେଶ ଜାରି କରାଯାଇଛି ।ଅଧିକାରୀ ମାନଙ୍କୁ ଠିକ୍ ସମୟରେ ଦିଆଯାଉ ପଦୋନ୍ନତି । ଏପରିକି ପଦୋନ୍ନତି ପ୍ରକ୍ରିୟାରେ ଯେପରି ବିଳମ୍ବ ନ ହୁଏ ସେଥିପାଇଁ ବିଭାଗୀୟ ମୁଖ୍ୟ ମାନଙ୍କୁ ତାଗିଦ କରିଛନ୍ତି ନବୀନ । ଏହାଛଡା ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ଅଧିକାରୀ ମାନଙ୍କୁ ପଦୋନ୍ନତି ଦିଆଯାଉ ବୋଲି ନବୀନ କହିଛନ୍ତି । ପଦୋନ୍ନତି ଅପେକ୍ଷାରେ ଥିବା ଅଧିକାରୀ ଯେପରି ଏଠୁ ସେଠିକି ନ ଧାଇଁବେ ସେଥିପ୍ରତି ଦୃଷ୍ଟି ଦେବା ସହ ପ୍ରଚଳିତ ବ୍ୟବସ୍ଥାରେ ଆବଶ୍ୟକୀୟ ପରିବର୍ତ୍ତନ ଓ ଶୃଙ୍ଖଳା ଆଣିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ପଦୋନ୍ନତି ଦେବା କ୍ଷେତ୍ରରେ ବିଳମ୍ବ ହେଲେ ବିଭାଗୀୟ ମୁଖ୍ୟ ମାନଙ୍କୁ ଦାୟୀ କରାଯିବ ବୋଲି ସତର୍କ କରିଛନ୍ତି ନବୀନ ।

LEAVE A REPLY

Please enter your comment!
Please enter your name here