ବହି ବିକି ଶିକ୍ଷୟତ୍ରୀ ନିଲମ୍ବିତ l

0
616

ଗଞ୍ଜାମ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ପିଲାଙ୍କ ପାଇଁ ଆସିଥିବା ପାଠ୍ୟ ପୁସ୍ତକ ବିକ୍ରି କରି ଜଣେ ଶିକ୍ଷୟତ୍ରୀ ନିଲମ୍ବିତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ସାନ ଖେମୁଣ୍ଡିରେ ଏହି ଘଟଣା ଘଟିଛି । ସାନଖେମୁଣ୍ଡି ବ୍ଲକ ପାଟପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ସାଵତ୍ରୀ ଦେବୀ ସର୍ବ ଶିକ୍ଷା ଅଭିଯାନରେ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଥିବା ପାଠ୍ୟ ପସ୍ତକ ବିକ୍ରି କରୁଥିବାବେଳେ ଗ୍ରାମବାସୀଙ୍କ ହାତରେ ଧରା ପଡିଥିଲେ ।ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ଘଟଣାର ଖବର ପାଇ ସାନଖେମୁଣ୍ଡି ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ମୁକୁନ୍ଦ ଚନ୍ଦ୍ର ପାଢ଼ୀ ସେଠାରେ ପହଞ୍ଚିଥିଲେ ।ଶିକ୍ଷୟତ୍ରୀ ସାବିତ୍ରୀ ଦେବୀ ପାଟପୁର ବଟେଶ୍ୱରୀ ଛକ ନିକଟରେ ୩ଜଣ କବାଡି ବାଲା ମହିଳାଙ୍କୁ ଡାକି ୨୦୧୮ମସିହାରେ ମୁଦ୍ରିତ ସମସ୍ତ ଶ୍ରେଣୀର ସମସ୍ତ ବିଷୟର ବହି ଗୁଡିକ ବିକ୍ରି କରୁଥିବା ବେଳେ ଗ୍ରାମବସୀ ସେଠାରେ ପହଞ୍ଚି ଏ ବିଷୟରେ ପଚାରିଥିଲେ ।ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ମୁକୁନ୍ଦ ଚନ୍ଦ୍ର ପାଢ଼ୀ ସେଠାରେ ଏବିଷୟରେ ତଦନ୍ତ କରାଯିବ ବୋଲି ସୂଚନା ଦେଇଥିଲେ ।ତଦନ୍ତରେ ଏହା ପାଠ୍ୟ ପୁସ୍ତକ ବୋଲି ଜଣା ପଡିବା ପରେ ସମ୍ପୃକ୍ତ ଶିକ୍ଷୟତ୍ରୀଙ୍କୁ ନିଲମ୍ବିତ କରାଯାଇଛି । ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ମୁକୁନ୍ଦ ଚନ୍ଦ୍ର ପାଢ଼ୀ ଏ ବିଷୟରେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here