ଅସହାୟର ସହାୟ ହେଲେ ମାନ୍ୟବର ବିଧାୟକ ବିକ୍ରମ ପଣ୍ଡା

0
353

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ଵ୍ରହ୍ମପୁର ବିଧାୟକ ଦେଖାଇଲେ ମାନବିକତା । ରାସ୍ତାରେ ପଡିଥିବା ଅର୍ଦ୍ଧ ପାଗଳି ବୃଦ୍ଧାଙ୍କୁ ନେଇ ଅଟୋ ସାହାଯ୍ୟରେ ଘରେ ଛାଡିଲେ । ଦୀର୍ଘ ଦିନ ଧରି ଵ୍ରହ୍ମପୁର ସହରର ବିଭିନ୍ନ ଅଞ୍ଚଳ ବୁଲି ଭିକ ମାଗିବା ସହ ରାସ୍ତା ଉପରେ ଶୋଇ ରହୁଥିବା ବୃଦ୍ଧା ଶେଷରେ ବିଧାୟକଙ୍କ ନଜରରେ ଆସିଲେ । ବିଧାୟକ ବିକ୍ରମ କୌଣସି କାମରେ ବାହାରକୁ ଯାଉଥିବା ବେଳେ ଗଜପତିନଗର ମୁଖ୍ୟ ରାସ୍ତାରେ ବୃଦ୍ଧା ଜଣକ ଭୋକିଲା ଭାବେ ରାସ୍ତାରେ ପଡ଼ିଥିଲେ । ବିଧାୟକ ଏହା ଦେଖି ତୁରନ୍ତ ଗାଡିରୁ ଓଲ୍ହାଇ ବୃଦ୍ଧାଙ୍କ ନିକଟକୁ ଯାଇ ପଚରା ଉଚରା କରିଥିଲେ । ବୃଦ୍ଧା ଜଣକ ଥଙ୍ଗ ଥଙ୍ଗ ହୋଇ ପରିଚୟ ଦେଇଥିଲେ । ତୁରନ୍ତ ବିଧାୟକଙ୍କ କାର୍ଯ୍ୟାଳୟର ଗିରିଜାଙ୍କୁ ବିଧାୟକ ଖବର ଦେଇଥିଲେ । ଗିରିଜା ଏକ ଅଟୋ କରି ବୃଦ୍ଧାଙ୍କୁ ଜଣେ କର୍ମୀଙ୍କ ଜରିଆରେ ତାଙ୍କ ଘର କୁକୁଡାଖଣ୍ଡି ଦୀପଲ ନଗରଙ୍କୁ ନେଇ ଛାଡି ଆସିଛନ୍ତି । ବିଧାୟକ ବିକ୍ରମଙ୍କ ଏହି ମାନବିକତା ଏବେ ନୁହେଁ ବହୁ ପୂର୍ବରୁ ଦେଖିବାକୁ ମିଳିଛି । ଯାହା ପାଇଁ ସେ ସବୁବେଳେ ଚର୍ଚିତ । ତେଣୁ ଵ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗରୀବର ବନ୍ଧୁ କୁହାଯାଉଛି ।

LEAVE A REPLY

Please enter your comment!
Please enter your name here