ପଞ୍ଚାୟତରେ ବ୍ୟାଙ୍କ ଖୋଲିବେ ସରକାର l

0
639

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ରାଜ୍ୟରେ ୪୨୯୧ ପଞ୍ଚାୟତରେ ବ୍ୟାଙ୍କ ସେବା ଯୋଗାଇ ଦେବେ ରାଜ୍ୟ ସରକାର। ସଂପୃକ୍ତ ଅଞ୍ଚଳର ପଞ୍ଚାୟତରେ ବ୍ୟାଙ୍କ ଖୋଲାଯିବ। ଏଥିପାଇଁ ରାଜ୍ୟ ସରକାର ପଞ୍ଚାୟତ କାର୍ଯ୍ୟାଳୟଗୁଡ଼ିକରେ ମାଗଣାରେ ଅଫିସ୍ ଯୋଗାଇ ଦେବେ। ଖୁବ୍ଶୀଘ୍ର ୫୭୧ଟି ସ୍ଥାନରେ ବ୍ୟାଙ୍କ ସେବା ଯୋଗାଇବା ଦିଆଯିବ। ଆଜି ଭୁବନେଶ୍ୱରରେ ଆୟୋଜିତ ରାଜ୍ୟ ବ୍ୟାଙ୍କ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି।ସେହିପରି ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ୨ଟି ଏସ୍ବିଆଇର ଶାଖା ଖୋଲିବ। ଯାହାଦ୍ୱାରା ଅପହଞ୍ଚ ଅଞ୍ଚଳରେ ରହୁଥିବା ଲୋକ ବ୍ୟାଙ୍କ ସୁବିଧା ପାଇ ପାରିବେ। ବିଭିନ୍ନ ଯୋଜନାରେ ସରକାର ହିତାଧିକାରୀଙ୍କ ହାତରେ ନଗଦ ଟଙ୍କା ଦେଉଛନ୍ତି। କିନ୍ତୁ ବ୍ୟାଙ୍କ ହେଲେ ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଇ ହେବ। ଏବେ ଏହା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ସରକାର।ସୂଚନା ଅନୁସାରେ, ମାଲକାନଗିରି ପରି ଅନେକ ଅପହଞ୍ଚ ଅଞ୍ଚଳରେ ଲୋକମାନେ ବ୍ୟାଙ୍କ ସେବା ପାଇବାରୁ ବଞ୍ଚିତ ହେଉଥିଲେ। ଫଳରେ ଦୁଃଖେ ଅର୍ଜିତ ଧନକୁ ସଞ୍ଚୟ କରିବା ପାଇଁ ନାନା ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ୁଥିଲା। ବିଶେଷକରି ସରକାରୀ ଯୋଜନାରେ ସିଧା ଟ୍ରାନ୍ସଫର ହେଉଥିବା ଅର୍ଥ ହିତାଧିକାରୀମାନେ ପାଇପାରୁନଥିଲେ। ଏବେ ସେହି ଅସୁବିଧା ଦୂର ହେବ। ପଞ୍ଚାୟତ ଅଫିସରେ ବ୍ୟାଙ୍କ ପ୍ରତିଷ୍ଠା ହେଲେ ଲୋକେ ହାତ ପାଆନ୍ତାରେ ସେବା ପାଇବେ। ତେବେ ସରକାରଙ୍କ ଏହି ଯୋଜନା କାର୍ଯ୍ୟକାରୀ ହେବ ନା ଖାଲି କଥାରେ ରହିଯିବ ତାହା ଦେଖିବା ବାକି ରହିଲା।

LEAVE A REPLY

Please enter your comment!
Please enter your name here