ଓଡିଶା ଆଦର୍ଶ ବିଦ୍ୟାଳୟର ଚତୁର୍ଥ ବାର୍ଷିକଉତ୍ସବ l

0
651

ବେଗୁନିଆପଡ଼ା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) : ଏହି ବ୍ଲକ୍ ଅନ୍ତର୍ଗତ ରାଜପୁର ଠାରେ ଅବସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଚତୁର୍ଥ ବାର୍ଷିକୋତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ରୁଦ୍ର ନାରାୟଣ ରଥଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବକୁ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଉଦଘାଟନ କରିଥିବା ବେଳେ ବେଗୁନିଆପଡ଼ା ବ୍ଲକ୍ ଅଧ୍ୟକ୍ଷା କେ. ରାଜଲକ୍ଷ୍ମୀ ଦୋରା ଅତିଥି ଭାବେ ଯୋଗଦେଇ ଭଲ ମନୁଷ୍ୟ ହେବା ପାଇଁ ଚରିତ୍ର ଗଠନ ଆବଶ୍ୟକ ବୋଲି ମତ ଦେଇଥିଲେ l ମୁଖ୍ୟ ବକ୍ତା ଭାବେ ସୁବଳୟା ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପିକା ଜ୍ୟୋତ୍ସ୍ନାରାଣୀ ପ୍ରଧାନ ଯୋଗଦେଇ ପିଲାଙ୍କ ସ୍ଵପ୍ନ ଓ ତାହାର ସାକାର କରିବା ପାଇଁ ପିତା ମାତାଙ୍କ ଚେଷ୍ଟା ନିତ୍ୟାନ୍ତ ଆବଶ୍ୟକ ବୋଲି ମତ ଦେଇଥିଲେ l ଅନ୍ୟତମ ଅତିଥି ଭାବେ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପଟେଲ ଯୋଗଦେଇ ପିଲାଙ୍କୁ ଉଦବୋଧନ ଦେଇଥିଲେ l କାର୍ଯ୍ୟକ୍ରମରେ ଛାତ୍ରୀ ଅଙ୍କିତା ପ୍ରଧାନ ଓ ପୂଜା ରାଣୀ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅପରାହ୍ନରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ ପରିବେଷିତ ହୋଇଥିଲା l

LEAVE A REPLY

Please enter your comment!
Please enter your name here