ବିଜୁ ଯୁବ ବାହିନୀ ପକ୍ଷରୁ ବ୍ରହ୍ମପୁରରେ ନିଆରା ଢଙ୍ଗରେ ଟ୍ରାଫିକ ସଚେତନତା ଅଭିଯାନ।

0
633

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ) : ସଡକ ଦୁର୍ଘଟଣାକୁ ରୋକିବା ପାଇଁ ଦେଶ ବ୍ୟାପି ଏବେ ଟ୍ରାଫିକ ନିୟମକୁ କଡାକଡି କରାଯାଇଛି। ନିୟମ ଖିଲାଫକାରୀଙ୍କୁ ଦଣ୍ଡ ସହିତ ସେମାନଙ୍କ ଠାରୁ ଅଧିକ ଜୋରିମାନା ମଧ୍ୟ ଆଦାୟ କରାଯାଉଛି। ତେବେ ହଠାତ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି। ଯାହାକୁ ପୁରଣ କରିବାକୁ ଜ଼ୀଲ ବ୍ରହ୍ମପୁର ମହାନଗର ନିଗମର ବିଭିନ୍ନ ୱାର୍ଡରେ ବିଜୁ ଯୁବ ବାହିନୀର ସଦସ୍ୟଙ୍କ ଦ୍ୱାରା ନିଆରା ଢଙ୍ଗରେ ଲୋକଙ୍କ ମଧ୍ୟରେ ଟ୍ରାଫିକ ନିୟମ ସମ୍ପର୍କରେ ଅବଗତ କରାଇଥିଲେ। ଦୁଇ ଚକିଆ ଯାନ ଚଲାଇବା ବେଳେ ହେଲମେଟ ପିନ୍ଧିବା ଓ ଚାରିଚକିଆ ଯାନ ଚଲାଇବା ବେଳେ ସିଟ ବେଲ୍ଟ ବାନ୍ଧିବା ଜରୁରୀ ସହିତ ମଦ୍ୟପାନ ନକରିବା ଆଦି ବିଭିନ୍ନ ବିଷୟ ସମ୍ପର୍କରେ ସଚେତନ କରାଯାଇଥିଲା। ଯେଉଁମାନେ ହେଲମେଟ ବା ସିଟ ବେଲ୍ଟ ପିନ୍ଧି ନଥିଲେ ସେମାନଙ୍କୁ ପରାମର୍ଶ ଦିଆଯାଇଥିବା ବେଳେ ନିୟମ ପାଳନକାରୀଙ୍କୁଚକଲେଟ ପ୍ରଦାନ କରାଯାଇ ସାଧୁବାଦ ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here