ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭାର ଦୁଇ ଦିନିଆ ଜାତୀୟ ପରିଷଦ ବୈଠକ ଉଦଯାପିତ।

0
619

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା/ଶକ୍ତିଧର ରାଜଗୁରୁ) :ଅଖିଳ ଭାରତ କ୍ରାନ୍ତିକାରୀକୃଷକ ସଭାର ଦୁଇ ଦିନିଆ ଜାତୀୟ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଏନ ଜି ଓ ହଲରେ ଗତ ୨୯ତାରିଖରୁ ଆରମ୍ଭ ହୋଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଉଦଯାପିତ ହୋଇଛି। ବୈଠକରେ ବହୁ ଜାତୀୟସ୍ତରର କୃଷକ ନେତା ଯୋଗଦେଇ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଦେଶର ଅର୍ଥିକ ବିକାଶ ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ଚାଷ ଓ ଚାଷୀଙ୍କ ପ୍ରତି ମାଡି ଆସିଥିବା ବିପତ୍ତିରୁ ସେମାନଙ୍କୁ ବଞ୍ଚାଇବା ସହିତ ସେମାନଙ୍କୁ ସେମାନଙ୍କର ହକ ପ୍ରଦାନ କରିବାକୁ ହେବ। ଯାହାକୁ ନେଇ ଆଗାମୀ ଜାନୁଆରୀ ୨୬ତାରିଖ ଠାରୁ ସଂଘ ପକ୍ଷରୁ ଆନ୍ଦୋଳତ୍ମକ ପନ୍ଥା ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

LEAVE A REPLY

Please enter your comment!
Please enter your name here