ନିଲମ୍ବିତ ହେଲେ ବଡଚଣା ଥାନା ଅଧିକାରୀ

0
317

ଭୁବନେଶ୍ୱର:ବଡଚଣା ଥାନା ଅଧିକାରୀ ଦୀପକ ଜେନା ନିଲମ୍ବିତ। ନିଲମ୍ବନ କରିଛନ୍ତି ପୋଲିସ ଡିଜି ଅଭୟ । ତଛଡା ତାଙ୍କ ବିରୋଧରେ ପୂରୀ ସିଂହଦ୍ୱାର ଥାନାରେ ୪୦/୨୦୨୦ ରେ ମାମଲା ରୁଜ୍ଜୁ କରାଯାଇଛି।ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ କଟକଣାକୁ ଉଲଂଘନ କରି ବଡଚଣା ଥାନା ଅଧିକାରୀ ଗତକାଲି ବଡଦେଉଳ ପ୍ରବେଶ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏପରିକି ସେ ଏକୁଟିଆ ନୁହନ୍ତି, ପରିବାର ସହ ମନ୍ଦିର ଭିତରକୁ ପ୍ରବେଶ କରିଥିବା ଅଭିଯୋଗ ଦକ୍ଷିଣଦ୍ୱାର ନିକଟରେ ଦାୟିତ୍ୱରେ ଥିବା ଜଣେ ହାବିଲଦାର ତାଙ୍କୁ ପ୍ରବେଶ କରିବାକୁ ମନା କରିଥିଲେ ମଧ୍ୟ ଏହାକୁ ଖାତିର ନକରି ସେ ପରିବାର ସହ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ତେଣୁ ତାଙ୍କ ବିରୋଧରେ ସିଂହଦ୍ୱାର ଥାନାରେ ଏତଲା ଦେଇଥିଲେ ହାବିଲଦାର। ଏବଂ ଏତଲା ପରେ ମାମଲା ବି ରୁଜୁ ହୋଇଛି। ଯାଜପୁର ବଡଚଣା ଥାନା ଅଧିକାରୀ ଦୀପକ କୁମାର ଜେନା ଓ ତାଙ୍କ ପରିବାରକୁ ଅଟକ ରଖାଯାଇଥିଲା। ସିଂହଦ୍ୱାର ପୋଲିସ ଘଟଣାର ତଦନ୍ତ ଜାରି ରହିଛି। କେଉଁ ସେବାୟତ ଏହି ଅଧିକାରୀଙ୍କୁ ସପରିବାର ଦର୍ଶନ ପାଇଁ ନେଇଥିଲେ, ସେନେଇ ତଦନ୍ତ ଜାରି ରହିଛି।

LEAVE A REPLY

Please enter your comment!
Please enter your name here