ବ୍ରହ୍ମପୁର ଟ୍ରାଫିକ ପୋଲିସ ପକ୍ଷରୁ ସଚେତନତା ଶୋଭାଯାତ୍ରା

0
707

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା/ପ୍ରଣୟ ପଣ୍ଡା) : ବ୍ରହ୍ମପୁର ଟ୍ରାଫିକ ପୋଲିସ ପକ୍ଷରୁ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ। ନୂତନ ଟ୍ରାଫିକ ନିୟମ ନେଇ ଲୋକଙ୍କୁ ପୁଣି ସଚେତନ କରାଇବା ପାଇଁ ଆଗେଇ ଆସିଛନ୍ତି ସହରର ଟ୍ରାଫିକ ପୋଲିସ କର୍ମଚାରୀ।ଆଜି ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ଟ୍ରାଫିକ ଥାନା ନିକଟରୁ ଟ୍ରାଫିକ ପୋଲିସ କର୍ମଚାରୀ ମାନଙ୍କ ଦ୍ୱାରା ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା। ଟ୍ରାଫିକ ଡ଼ିଏସପି ସାର୍ଥକ ରଏ ପତାକା ଦେଖାଇ ଏହି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ଟ୍ରାଫିକ ପୋଲିସ କର୍ମଚାରୀ ମାନେ ଶୋଭାଯାତ୍ରା ମାଧ୍ୟମରେ ସହରର ବିଭିନ୍ନ ଅଞ୍ଚଳ ଭ୍ରମଣ କରି ନୂତନ ମୋଟର ଯାନ ଆଇନ ଓ ଟ୍ରାଫିକ ନିୟମ ନେଇ ଜନ ସାଧରଣଙ୍କୁ ସଚେତନ କରାଇଥିଲେ। ଗାଡି ଚଳାଇବା ବେଳେ ହେଲମେଟ ବ୍ୟବହାର କରିବା,ମୋବାଇଲ ବ୍ୟବହାର ନ କରିବା,୪ ଚକିଆ ଯାନ ଚଳାଇଲା ବେଳ ସିଟବେଲ୍ଟ ବ୍ୟବହାର କରିବା ଇତ୍ୟାଦି ବିଭିନ୍ନ ସୁରକ୍ଷା ସମ୍ବନ୍ଧୀୟ ବିଷୟ ନେଇ ସଚେତନ କରାଯାଇଥିଲା। ଡିସେମ୍ବର ୧ ତାରିଖରୁ ପୁଣି ଟ୍ରାଫିକ ନିୟମ କଡାକଡି ଭାବେ ଲାଗୁ ହୋଇପାରେ।

LEAVE A REPLY

Please enter your comment!
Please enter your name here