ଏମକେସିଜି ମେଡିକାଲ କଲେଜ ପରିଦର୍ଶନ କଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ

0
774

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା /ପ୍ରଣୟ ପଣ୍ଡା) : ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ସମୀକ୍ଷା କରିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ। ଆଜି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଏମକେସିଜି ମେଡିକାଲ କଲେଜର ସଂଯୋଜକ ପ୍ରଦୀପ୍ତ ମହାପାତ୍ର ବ୍ରହ୍ମପୁର ଏମକେସିଜି ଗସ୍ତ କରି ମେଡିକଲର ଇନ ଡୋର ଓ ଆଉଟ ଡୋର ବୁଲି ଦେଖିଥିଲେ।ଏହା ସହ ନିଦାନ କେନ୍ଦ୍ର ଆରଡିସି କେନ୍ଦ୍ର,ପଞ୍ଜିକରଣ ପ୍ରକୋଷ୍ଟ ,ନିର୍ମାଣ ହୋଇଥିବା ବିଭିନ୍ନ କୋଠାଘର ବୁଲି ଦେଖିବା ସହ ବିଭାଗୀୟ ମୁଖ୍ୟ ଅଧିକାରୀ ଙ୍କୁ ନେଇ ସମୀକ୍ଷା କରିଥିଲେ। ଆଲୋଚନାରେ ମେଡିକାଲ ର ବିଭିନ୍ନ ସମସ୍ୟା କିଭଳି ଦୂର କରାଯାଇପାରିବ ବିଶେଷ ଭାବେ ନିଦାନ କେନ୍ଦ୍ର ଓ ପଞ୍ଜିକରଣ ପ୍ରକୋଷ୍ଠ ରେ ସୃଷ୍ଟି ହେଉଥିବା ସମସ୍ୟାକୁ ଦୂର କରିବା ପାଇଁ ଧ୍ୟାନ ଦେଇଥିଲେ। ଏଥିସହ ନୂତନ ଭାବେ ନିର୍ମାଣ କରାଯାଇଥିବା କୋଠା ଗୁଡିକରେ ବିଦ୍ୟୁତ ବ୍ୟବସ୍ଥା କରାଯିବା ସହ ମେଡିକାଲ କଲେଜରେ ଖାଲି ପଡିଥିବା ପଦ ପଦବୀ ପୂରଣ କରିବା ପାଇଁ ଆଲୋଚନା କରାଯିବ ବୋଲି ମତ ରଖିଥିଲେ।ଏହି ଅବସରରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ,ଉପ ଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉ ସାହେବ,କଲେଜ ଅଧକ୍ଷ ପ୍ରଫେସର ରାଧାମଧଵ ତ୍ରିପାଠୀ,ଭାରପ୍ରାପ୍ତ ଅଧିକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here