ଲଘୁଚାପ ଜନିତ ବର୍ଷାର ପ୍ରଭାବ ବ୍ରହ୍ମପୁର ସମେତ ସମଗ୍ର ଗଞ୍ଜାମ ଜିଲ୍ଲାରେ। ଆହୁରି ୨୪ଘଣ୍ଟା ବର୍ଷିବ।

0
873

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା/ଶକ୍ତିଧର ରାଜଗୁରୁ) : ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ ଆଜି ଲଘୁଚାପର ଓ ପରେ ଅବପାତର ରୂପ ଧାରଣ କରିଛି। ଫଳରେ ଏହାର ପ୍ରଭାବରେ ଲଗାତାର ଭାବେ ୩ଦିନ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷା ହେବ। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ୨୩ ଓ ୨୪ଦୁଇ ଦିନ ପାଇଁ ଓଡ଼ିଶାରେ ଅରେଞ୍ଜ ୱନିଂ ଜାରି କରାଯାଇଛି। ଏହାର ପ୍ରଭାବ ଗତ ବିଳମ୍ବିତ ରାତ୍ରୀ ଠାରୁ ବ୍ରହ୍ମପୁର ତଥା ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳିଛି। ବର୍ଷା ଯୋଗୁଁ ସହରରେ କେତେକ ସ୍କୁଲକୁ କର୍ତ୍ତୃପକ୍ଷ ବନ୍ଦ କରିଦେଇଥିବା ବେଳେ ଲଗାଣ ବର୍ଷା ଯୋଗୁଁ ସହରର ତଳି ଅଞ୍ଚଳ ଗୁଡିକରେ ବର୍ଷା ଜଳ ନିଷ୍କାସନ ହୋଇନପାରି ରାସ୍ତା ଉପରେ ଓ କଡରେ ଜମି ରହିଛି। ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିବା ବେଳେ ରାସ୍ତା ଘାଟ ଶୁନଶାନ ହୋଇପଡିଛି। ଏଭଳି ପାଗ ଆଗାମୀ ଦିନେ ଦୁଇ ଦିନ ରହିବ ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here