“ରାସ୍ତା କଡରୁ ପୋକ ସାଲୁବାଲୁ ମାନସିକ ବିକାରଗସ୍ତଙ୍କୁ ଉଦ୍ଧାର କଲା ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶା”

0
622

କଟକ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବଞ୍ଚିଛି ମଣିଷ ପଣିଆ ଏହାର ନିଛକ ଉଦାହରଣ ଦେଖିବାକୁ ମିଳିଛି କଟକ ନରାଜ୍ ଗୁଡି ସାହି ଠାରେ । ଗତ କିଛି ମାସ ହେବ ମାନସିକ ଭାରସାମ୍ୟ ହରାଇ ବିବସ୍ତ୍ର ଅବସ୍ଥାରେ ଥିବା ଜଣେ ବ୍ୟକ୍ତି ଭଗବାନ ଙ୍କ ଭରସା ରେ ରାସ୍ତା କଡରେ ପଡିରହିଥିଲେ । ତାଙ୍କର ବାମ ହାତ ଟି କୌଣସି ଦୁର୍ଘଟଣା ହେତୁ ଦୀର୍ଘ ମାସ ଧରି ପଚି ସଢ଼ି ଯାଇଛି । ସେଥିରେ ପୋକ ମାଛି ହେବା ସହ ପୂଜ ଜମି ଯାଇଥିଲା । ଜଣେ ବ୍ୟକ୍ତି ଏହିପରି ଅବସ୍ଥାରେ ପଡିରହିଥିବା ଖବର ପାଇ ଜୟ ଜଗନ୍ନାଥ ଗ୍ରୁପ୍ ଓଡିଶା ର ମୁଖ୍ୟ ବ୍ୟବସ୍ଥାପକ ଶିବ ଶଙ୍କର ଦାଶ୍ ,ଅକ୍ଷୟ ଆଚାର୍ଯ୍ୟ ,ଦେବରାଜ ସାହୁ , ମନୋଜ କୁମାର ସାହୁ ,ଜାନକୀ ନାୟକ , ସନ୍ତୋଷ କୁମାର ରାଉତ ପ୍ରମୁଖ ନରାଜ୍ ଗୁଡି ସାହି ଠାରେ ପହଁଚି ଥିଲେ । ତାଙ୍କୁ ଅପରିସ୍କାର ଜାଗାରୁ ଉଦ୍ଧାର କରି ଦାଢ଼ି – ଚୁଟି – ନଖ କୁ କାଟି ଗାଧୋଇ ଦେଇ ବସ୍ତ୍ର ପିନ୍ଧାଇ ଥିଲେ ଏବଂ ଆଘାତ ହୋଇଥିବା ହାତରୁ ପୋକ ପୂଜ ବାହାର କରି ପ୍ରାଥମିକ ଚିକିତ୍ସା କରିଥିଲେ । ଭୋକିଲା ଥିବା ହେତୁ ତାଙ୍କୁ କିଛି ଖାଇବାକୁ ଦେଇ ଆମ୍ବୁଲାନ୍ସ କୁ ଡକାଇ ତାଙ୍କୁ କଟକ ବଡ଼ ମେଡ଼ିକାଲ କୁ ଉନ୍ନତ ଧାରଣରେ ଚିକିତ୍ସା ପାଇଁ ନିଆଯାଇ ଅଛି ।

LEAVE A REPLY

Please enter your comment!
Please enter your name here