ମାଆ ଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା ଉଦ୍ଘାଟନ ଉତ୍ସବ

0
604

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ରାମନଗର ୭ମ ଗଳି ଅନ୍ତର୍ଗତ ବିବେକାନନ୍ଦ ବିହାରରେ ନୂତନ ଭାବେ ମାଆ ଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୁରୀର ବ୍ରହ୍ମାନନ୍ଦ ସରସ୍ବତୀ ମହାରାଜ ଯୋଗ ଦେଇ ମନ୍ଦିର ଟ୍ରଷ୍ଟ ଦ୍ଵାରା ପ୍ରସ୍ତୁତ କମଳିନୀ ପତ୍ରିକା ଉନ୍ମୋଚନ କରିଥିଲେ lବିଶିଷ୍ଟ ଅତିଥି ଭାବେ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ ଏବଂ ପୂର୍ବତସ ବିଡ଼ିଏ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମହାରଣା ଏହି ଲକ୍ଷ୍ମୀ ମନ୍ଦିର ବ୍ରହ୍ମପୁରକୁ ଗୋଟିଏ ଆଧ୍ୟାତ୍ମିକ ସହର ଗଠନ କରିବାରେ ପ୍ରମୁଖ ଭୂମିକା ବହନ କରିବ ବୋଲି ବକ୍ତବ୍ୟ ରଖିଥିଲେ l
ଏଥିରେ ବିଚିତାନନ୍ଦ ପଟ୍ଟନାୟକ ଅଧକ୍ଷତା କରିଥିବା ବେଳେ ସାନମାନିତ ଅତିଥି ଭାବେ ରେଶମ ସହର ପୁସ୍ତକ ମହୋତ୍ସବ ସଭାପତି ଶ୍ରୀ ଗୋପାଳ କୃଷ୍ଣ ଡାକୁଆ ଯୋଗଦେଇ ଓଡିଶାରେ ଯଦି କେତୋଟି ହାତଗଣତି ସ୍ୱତନ୍ତ୍ର ଲକ୍ଷ୍ମୀ ମନ୍ଦିର ଅଛି. ବିବେକାନନ୍ଦ ବିହାର ଲକ୍ଷ୍ମୀ ମନ୍ଦିର ସର୍ବାଗ୍ରେ ତାର ସ୍ଥାନ ରହିବ ବୋଲି ବକ୍ତବ୍ୟ ଦେଇଥିଲେl ମୁଖ୍ୟବକ୍ତା ଭାବେ ଜଗନ୍ନାଥ ସଂସ୍କୃତି ଗବେଷକ ଜ୍ଞାନନନ୍ଦ ସାଗର କୁମାର ବେହେରା ଯୋଗଦେଇଥିବା ବେଳେ ବରିଷ୍ଠ ସ୍ତମ୍ଭକାର ବିଜୟ କୁମାର ପାଢ଼ୀ ସ୍ୱାଗତ ଭାଷଣ ଦେଇଥିଲେ lବରିଷ୍ଠ ସାହିତ୍ୟିକ. ସମାଜସେବୀ ଗୋପାଳ କୃଷ୍ଣ ଡାକୁଆଙ୍କୁ ମଞ୍ଚରେ ମୁଖ୍ୟଅତିଥି ବ୍ରହ୍ମାନନ୍ଦ ସରସ୍ବତୀ ମହାରାଜ ମାନପତ୍ର ଦେଇ ସନ ମାନିତା କରିଥିଲେ l ବିଶିଷ୍ଟ ସାହିତ୍ୟିକ କମଲେଶ ମହାରଣା ମଞ୍ଚ ପରିଚାଳନା କରିଥିବାବେଳେ ମନ୍ଦିର କମିଟି ଟ୍ରଷ୍ଟି ଶୁଭମ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ପୁରୀର ଗୋଟିପୁଅ ନୃତ୍ୟ. ଓଡିଶୀ ନୃତ୍ୟ. ବୁଗୁଡ଼ା ଯୋଡି ଶଙ୍ଖ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା

LEAVE A REPLY

Please enter your comment!
Please enter your name here