ଗଞ୍ଜାମରେ ପୁଣି ଆଲୋଡନ; ଘରେ ପଶି ମହିଳାଙ୍କ ତଣ୍ଟି କାଟି ହତ୍ୟା।

0
865

ଗଞ୍ଜାମ(ନ୍ୟୁଜଏକ୍ସଟ୍ରା/ଶକ୍ତିଧର ରାଜଗୁରୁ) : ଗଂଜାମ ଜିଲ୍ଲା ଶେରଗଡ଼ ବ୍ଲକ ତଥା ବଡଗଡ ଥାନା ଅନ୍ତର୍ଗତ ବାରସିଙ୍ଗି ଗାଁରେ ଗତ ରାତ୍ରିରେ ଏକ ବିବତ୍ସ ହତ୍ୟାକାଣ୍ଡ ସଂଘଟିତ ହୋଇଯାଇଛି।
ଏହି ହତ୍ୟାକାଣ୍ଡରେ କବିତା ସେଠି ନାମକ ଜଣେ ବିବାହିତ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ କୌଣସୀ ଏକ ଧାରୁଆ ଅସ୍ତ୍ରରେ ତଣ୍ଟି କାଟି ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି। ତେବେ ହତ୍ୟାକାଣ୍ଡର ଅସଲ କାରଣ ଏବେ ବି ଅସ୍ଵଷ୍ଟ ରହିଚି। ବଡଗଡ ଓ ଶେରଗଡ ପୋଲିସ ଘଟଣାସ୍ଥଳରେ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ମୃତ କବିତାଙ୍କ ଘରେ କେହି ନଥିବା ସମୟରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here